କୋରୋନାକୁ ହରାଇ ମୈଦାନକୁ ଫେରିଲେ କୋରୋନା ଯୋଦ୍ଧା ମନ୍ତ୍ରୀ ସୁଶାନ୍ତ ସିଂ  

0

ବରଗଡ :- ମଇଦାନକୁ ଫେରିଲେ କରୋନା ଯୋଦ୍ଧା |  ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ-ଶ୍ରମ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଲୋକପ୍ରିୟ ନେତା ଶ୍ରୀ ସୁଶାନ୍ତ ସିଂ ଶେଷରେ ସୁସ୍ଥ ହୋଇ ଫେରିଛନ୍ତି ତେର ଦିନ ପରେ |   ମନ୍ତ୍ରୀ ଶ୍ରୀ ସିଂ ସୁସ୍ଥ  ହେବାର ଖବର ଜାଣିବା ପରେ ଅଂଚଳରେ ବର୍ତ୍ତମାନ ଖୁସିର ମାହୋଲ । 

ସୂଚନାଜୋଗ୍ୟ,  କୋରୋନା ସଂକ୍ରମିତ ହୋଇଛନ୍ତି ବୋଲି ନିଜେ  ମନ୍ତ୍ରୀ ସମାଜିକ ଗଣମାଧ୍ୟମ ରେ ଗତ 17 ସୂଚନା ପ୍ରଦାନ କରିଥିଲେ । ଏହି ସୂଚନା ପାଇବା ପରେ ହଜାର ହଜାର ସଂଖ୍ୟାରେ ଶୁଭେଛୁ, ସମର୍ଥକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ |   ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ତଥା  ବିଧାୟକ ମାନେ ମନ୍ତ୍ରୀଙ୍କର ଦ୍ରୁତ ଅରୋଗ୍ୟ କାମନା କରିଥିଲେ । କାରୋନା ମହାମରୀର ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ଭିତରେ ରହି ଲୋକଙ୍କ ସର୍ବାଧିକ ସମୟ ଲୋକଙ୍କ ଗହଣରେ ଯଦି କେହି ମନ୍ତ୍ରୀ ସର୍ବାଧିକ ସମୟ ଅତିବାହିତ କରିଥିଲେ , ସମସ୍ତଙ୍କ ଆଗରେ ରହିବେ ମନ୍ତ୍ରୀ ସୁଶାନ୍ତ ସିଂ | କୌଣସି ଅସୁବିଧାର ଖବର ପାଇଲର ସିଧା ଲୋକଙ୍କ ପାଖରେ ପହଂଚି ସେମାନଙ୍କ ଅସୁବିଧା ବ୍ୟକ୍ତିଗତ ଅବା ସରକାରୀ ସ୍ତରରେ ସମାଧାନ କରିଥିଲେ | ଲୁହରଚଟି  ସୀମା ତନଖି  ଫାଟକ ଦେଇ ଯେତେବେଲେ ଲକ୍ଷାଧିକ ଲୋକ ଆନ୍ତ ରାଜ୍ୟ ଆବଗମନ କରୁଥିଲେ ସେମାନଙ୍କ ଖାଇବା ପିଇବା, ବିଶ୍ରାମ ଆଦି ବ୍ୟବସ୍ଥା ନିଜେ ଉପସ୍ଥିତ ରହି ପରିଚାଳନାର ତତ୍ତ୍ବାବଧାନ କରୁଥିଲେ | ଏପରିକି ପ୍ରବାସୀ ଶ୍ରମିକ ମାନଙ୍କୁ ନେବାକୁ ଯେତେବେଳେ କୌଣସି ଡ୍ରାଇଭର ଅସମର୍ଥ ବା ଅସୁସ୍ଥ ଅନୁଭବ କରିଥିଲେ ମନ୍ତ୍ରୀ ଶ୍ରୀ  ସିଂ ନିଜେ ବସ ବା ଭ୍ୟାନ ଚାଲି ପ୍ରବାସୀମାନଙ୍କୁ ବଉଦ, ସୋନପୁର ଆଦି ଦୂର ଦୁରାନ୍ତ ଅଂଚଳର ଜିଲ୍ଲା ଏଣ୍ଟ୍ରି ପଏଣ୍ଟରେ ଛାଡି ଆସୁଥିଲେ | ସେ ଯେଉଁ ଭଳି ଭାବେ ଉତ୍ସର୍ଗୀତ ହୋଇ ଲୋକଙ୍କ ସହ  ସମସ୍ତଙ୍କର ଆଗରେ ରହି ଗ୍ରାଉଣ୍ଡ ଜିରୋରେ ଅନ୍ୟ କରୋନା ଯୋଦ୍ଧାଙ୍କ ସହ ମିଶି  ଦିନରାତି କାମ କରୁଥିଲେ, ସେ ଯେତେବେଳେ କରୋନା ଆକ୍ରାନ୍ତ ହୋଇପଡିଲେ ଲୋକଙ୍କ ଭିତରେ ଦୁଃଖ ଆସିଥିଲା | ଶେଷରେ ୧୩ ଦିନ କରୋନା ସହିତ ଲଢ଼ି ତାକୁ ପରାସ୍ତ କରି କରୋନା ଯୋଦ୍ଧା ମଂତ୍ରୀ ସୁଶାନ୍ତ ସିଂ ସୁସ୍ଥ ହୋଇ ଫେରିଛନ୍ତି |  ଏ ବିଷୟ ମନ୍ତ୍ରୀ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ” ନମସ୍କାର । କରୋନା ସଂକ୍ରମିତ ହେଲା ପରେ  ଆପଣ ସମସ୍ତଙ୍କର ଭଲ ପାଇବା ଓ ଆଶୀର୍ବାଦ ତଥା ଭଗବାନଙ୍କର କୃପାରୁ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ପୁଣି ଥରେ ମୋର କର୍ମକ୍ଷେତ୍ରକୁ ଫେରିଛି । କରୋନା ପୋଜିଟିଭ ହେଲା ପରେ ଭୁବନେଶ୍ୱରରେ ରହି ଆବଶ୍ୟକ ଚିକିତ୍ସା ହୋଇ ସୁସ୍ଥ ହେଲି ଓ  ଆଜି ଭୁବନେଶ୍ୱରରୁ ନିଜର କର୍ମ କ୍ଷେତ୍ରକୁ ଫେରିଛି । ମୋର ଆଶୁ ଅରୋଗ୍ୟ କାମନା କରି ଆପଣମାନେ ପ୍ରାର୍ଥନା,ଶୁଭେଚ୍ଛା, ଶୁଭାଶିର୍ବାଦ ଦେଇ କରୋନା ସହିତ ଲଢ଼େଇ କରିବାରେ ମୋର ମନୋବଳକୁ ବଢ଼େଇ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।”

file photo in the ground zero

      

Leave A Reply

Your email address will not be published.