ହେବନାହିଁ ଲକଡାଉନ, ସଟଡାଉନ ଜେଇଇ-ନିଟ୍ ପରୀକ୍ଷା ପାଇଁ କୋହଳ ହେଲା କଟକଣା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ ଜେଇଇ-ନିଟ୍ ପରୀକ୍ଷା ଆୟୋଜିତ  ହେବ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। 

ଆସନ୍ତା 30/08/2020 ରୁ 07/09/2020 ପର୍ଯ୍ୟନ୍ତ ଓ 12/09/2020 ରୁ 14/09/2020 ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ଲକଡାଉନ ଏବଂ ସଟଡାଉନ ହେବ ନାହିଁ। ଏ ନେଇ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି  ସୂଚନା ଦେଇଛନ୍ତି ଯେ ଆସନ୍ତା ଜେଇଇ-ନିଟ୍ ପରୀକ୍ଷାକୁ ଧ୍ୟାନରେ ରଖି ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା ସମ୍ବନ୍ଧିତ କର୍ମଚାରୀ ଓ ଏହା ସଂପର୍କିତ ଅନ୍ୟାନ୍ୟ ସେବାର ସୁଗମ ଚଳାଚଳ ନିମନ୍ତେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କିନ୍ତୁ କୋଭିଡ-19ର ଅନ୍ୟାନ୍ୟ ନିୟମ ଯଥା ସାମାଜିକ ଦୂରତା, ମାସ୍କ ବ୍ୟବହାର, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନେଇ ବାରଣ ପ୍ରଭୃତିକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। 

ଏହା ଉପରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଆଧିକାରିକ ଟ୍ବିଟର ଏକାଉଣ୍ଟରୁ ଟ୍ବିଟ୍ କରି ଜନସାଧାରଣଙ୍କୁ ଅବଗତ କରାଯାଇଛି। ସୂଚିତ କରିଦିଆଯାଇ ପାରେ ଯେ ଝାରସୁଗୁଡ଼ା ଜିଲ୍ଲାପାଳ ଏହା ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରି ଏକ ସପ୍ତାହ ପାଇଁ ଝାରସୁଗୁଡ଼ାରେ ସଟଡାଉନ ଲାଗୁ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ।

Leave A Reply

Your email address will not be published.