ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ବେହାଲ! 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲିଠାରୁ ବର୍ଷା ବନ୍ଦ ହୋଇଯାଇଛି ସତ, ମାତ୍ର ବିଭିନ୍ନ ଅଞ୍ଚଳରେ ଲୋକଙ୍କ କଷ୍ଟ ସରିନାହିଁ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ବ୍ୟାରେଜ ଓ ଡ୍ୟାମ ମାଧ୍ୟମରେ ମହାନଦୀରେ ପାଣି ପଶି ସୀମାନ୍ତ ଅଞ୍ଚଳ ପାଣି ଘେରରେ ଆସିଯାଇଛି। 

ଚାରପାଲି ପଞ୍ଚାୟତ ଧୂଲୁଣ୍ଡା ଗାଁ ରେ ମହାନଦୀ ର ବନ୍ଯାଜଳ ଦ୍ବାରା ଶହ ଶହ ଏକର ଜମିରେ ପାଣି ଭରି ଯାଇଥିବା ବେଳେ ସେମିଲିଆ,ସୁଖାସୋଡା, ମହୁଦି,କଣ୍ଢେଇକେଲା, ରେମତା ରେ ମଧ୍ୟ ପ୍ରଚୁର ମାତ୍ରରେ ପାଣି ପଶି ବନ୍ୟା ସୃଷ୍ଟି ହୋଇଛି ।ଅନେକ ଲୋକଙ୍କ ଘରେ ପାଣି ପଶିଥିଲା ବେଳେ ମହାନଦୀ ରେ ପ୍ରତି ମୁହୂର୍ତ୍ତରେ ପାଣି ବଢ଼ୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।ଲଖନପୁର ତହସିଲଦାର, ବିଡିଓ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରୁଛନ୍ତି। ଏତଦ୍ ବ୍ୟତୀତ ଲଖନପୁର ବିଜେଡି ସଭାପତି ରବିରତ୍ନ ପ୍ରଧାନ ଓ ସାଧାରଣ ସଂପାଦକ ନରେନ୍ଦ୍ର ଗଡ଼ତିଆଙ୍କ ନେତୃତ୍ୱରେ ବିଜେଡି କର୍ମୀ ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.