ସାମାଜିକ ସଂସ୍ଥା ତରଫରୁ ରୋଗ ପ୍ରତିରୋଧକ ଔଷଧ ବଣ୍ଟନ। 

0

ଝାରସୁଗୁଡ଼ା:(ସୁଭାଷ ସହାରେ) :ସାରା ବିଶ୍ୱରେ କୋରୋନାର ଭୟାବହତା ଆଜି ମଣିଷକୁ ଯେତେବେଳେ ପଦାକୁ ବାହାରିବାକୁ ଭୟ କରୁଛନ୍ତି, ସେହି ସମୟରେ ମଧ୍ୟ ସମାଜ ସେବା ମାଧ୍ୟମରେ ପୃଥିବୀ ପୃଷ୍ଠରେ ମାନବିକତାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତି ଓ ସଂଗଠନ ଲାଗି ପଡ଼ିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ଅନେକ ସ୍ଥାନରେ କୋରୋନା ପ୍ରକୋପ ଆରମ୍ଭ ହେବା ସମୟରୁ ହିଁ ଏହିପରି ଉଦାହରଣ ମିଳିଛି। ଆଜି ‘ଜାଗୃତି’ ଓ ଜେଡିଏସ୍ ସଂସ୍ଥାର ସହଯୋଗରେ ସାମାଜିକ ସେବା ସଂଗଠନ ‘ଏଇତ ଜୀବନ’ ତରଫରୁ ସ୍ବାଭିମାନ ଦିବସରେ ଓ ସୁଧାର ଗୃହର ଅନ୍ତେବାସୀମାନଙ୍କୁ ହୋମିଓପାଥି ପ୍ରତିରୋଧକ ବୁଷ୍ଟର, ମାସ୍କ ଓ ଫଳ ବଣ୍ଟନ କରାଯାଇଥିଲା। ପ୍ରଥମେ ସ୍ଥାନକୁ ସଂପୂର୍ଣ୍ଣ ଭାବରେ ସାନିଟାଇଜ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଡକ୍ଟର ଦେବେଶଲୋକ ଶର୍ମା ଯୋଗ ଦେଇଥିଲେ। ସଂସ୍ଥାର ମୁଖ୍ୟ ସୁଜାତା ମିଶ୍ର, ବବିତା ମୋଦି, କବିତା ପଣ୍ଡା, ଆରତୀ ପଣ୍ଡା, ପୁଷ୍ପିତା ଜେନା, ରାଜଶ୍ରୀ ମେହେର, ପଙ୍କଜିନୀ ରାଉତ, ଚିନ୍ମୟୀ ମହାପାତ୍ର, ମିନର୍ଭା ପଣ୍ଡା, ସ୍ମିତା ପତ୍ରୀ, ଦିପ୍ତି ଧାବଲିଆ, ସୁଜାତା ଅଗ୍ରୱାଲ, ରଞ୍ଜିତା ସରୋଗି ସହଯୋଗ କରିଥିଲେ। ଶ୍ରୀମତୀ ଆନନ୍ଦିନି ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.