ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଭ୍ରମିତ କରୁଛି ବିଜେପି : ବିଜେଡି

0

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ସଫଳତାର ସହ ପକ୍କାଘର ନିର୍ମାଣ ପାଇଁ ବିଜେପି ଶାସିତ କେନ୍ଦ୍ର ସରକାରଦିଲ୍ଲୀରେ ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ନିୟମିତ ଭାବେ ଏ ସଂକ୍ରାନ୍ତରେ ମିଥ୍ୟା ସୂଚନା ଦେବା ସହିତ ଓଡିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା ଚଳାଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି | 

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଆୱାସ ଯୋଜନା (ପିଏମ୍‍ଏୱାଇ)ରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟରେ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରୁ କେନ୍ଦ୍ର ସରକାର ଓଡିଶାକୁ ଶ୍ରେଷ୍ଠ  ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଓଡିଶାର ବିଜେପି ନେତାମାନେ ବିଜେଡି ସରକାରଙ୍କ ସଫଳ କାର୍ଯ୍ୟ ସମେତ ଦିଲ୍ଲୀରେ ଥିବା ବିଜେପି ନେତୃତ୍ୱାଧିନ ସରକାରଙ୍କ କାର୍ଯ୍ୟକୁ ବି ପାଶୋରୀ ଦେଉଛନ୍ତି ।

ଓଡିଶା ବିଜେପି ନେତାମାନେ ଦିଲୀ୍ଲ ଶାସନରେ ଥିବା ସେମାନଙ୍କ ଦଳୀୟ ସରକାର ଠାରୁ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ସଂଗ୍ରହ କରିବା ସହିତ ଓଡିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିବାକୁ ଚେଷ୍ଟା କରିବେନାହିଁ ବୋଲି ଡକ୍ଟର ପାତ୍ର ଆଶା କରିଛନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ ଯଦି ଓଡିଶା ବିଜେପି ନିକଟରେ ଅଭିଯୋଗର କୌଣସି ଠୋସ୍‍ ପ୍ରମାଣ ରହିଛି ତେବେ କାର୍ଯ୍ୟାନୁଷ୍ଠାନ  ପାଇଁ ତାହାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିପାରିବେ । ଯଦି ଏ ସଂକ୍ରାନ୍ତରେ କୌଣସି ପ୍ରମାଣ ନାହିଁ ତେବେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରିବା ଉଚିତ୍‍ ନୁହେଁ । ଏଭଳି ଦାୟିତ୍ୱହୀନ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ ଯୋଗୁଁ ଓଡିଶାବାସୀଙ୍କ ନିକଟରେ ବିଜେପି ତାହାର ବିଶ୍ୱାସ ହରାଉଛି ଓ ଲୋକେ ବାରମ୍ବାର ଏହି ଦଳକୁ ପ୍ରତ୍ୟାଖାନ କରୁଛନ୍ତି । ଏଭଳି ଆଚରଣ ଜାରି ରହିଲେ ଭବିଷ୍ୟତରେ ମଧ୍ୟ ଓଡିଶାବାସୀ ବିଜେପିକୁ ପ୍ରତ୍ୟାଖାନ କରିବେ ବୋଲି ଡକ୍ଟର ପାତ୍ର ଚେତାଇ ଦେଇଛନ୍ତି ।    

Leave A Reply

Your email address will not be published.