ନୂଆଁଖାଇ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମଲେଶ୍ବରୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ପହଁଚିଲା ନୂଆଖାଇ ପ୍ରସ୍ତୁତି। କୋଭିଡ କଟକଣା ଯୋଗୁଁ ଭକ୍ତ ମନ୍ଦିର ପରିସରକୁ ପ୍ରବେଶରେ ଲାଗିଛି ବାରଣ। ଭକ୍ତ ମାଆଙ୍କୁ ଦର୍ଶନ କରିପାରିପାରିବେ ନାହିଁ କି ନବାନ୍ନ ଭୋଗ ମଧ୍ୟ ପାଇପାରିବେ ନାହିଁ।  ଚଳିତ ବର୍ଷ ଡିଜିଟାଲ ପ୍ଲାଟଫୋର୍ମ ରେ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିପାରିବେ।  ଆସନ୍ତାକାଲି ସକାଳ 9: 35 ରୃ  9:50 ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ଠାରେ ନାବାନ୍ନ ଲାଗି ହେବ। ଏଥିପାଇଁ ନୂଆଁ ଅମଳ ଧାନଶସ୍ୟ ଓ ମାଆଙ୍କ ନୂତନ ବସ୍ତ୍ର ପହଂଚି ସାରିଛି ବୋଲି ମୁଖ୍ୟ ପୂଜକ ଅମ୍ବିକା ରାଏ ସୂଚନା ଦେଇଛନ୍ତି | 

ସୂଚନାଯୋଗ୍ୟ ଯେ  ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ହେବ ପାଇଁ  ୨୦ ତାରିଖ ଦିନ  ସମଲେଶ୍ବରୀ ମନ୍ଦିର ର ମୁଖ୍ୟ ପୂଜକଙ୍କ ଘରକୁ ପହଚିଲା ନୂଆଁ ଖାଇ ର ନୂଆଁ ଧାନ ଶସ୍ୟ। ସମ୍ବଲପୁର ବଲବସପୁର ଗାଁ ସୁବାଷ ବେହେରା ନିଜ କ୍ଷେତରୁ ନୂଆଁ ଅମଳ ଧାନ ଶସ୍ୟକୁ ବିଧି ପୂର୍ବକ ପୂଜାର୍ଚ୍ଚନା କରି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ  ପୁଜକ ଅମ୍ବିକା ରାଏଙ୍କୁ ପ୍ରଦାନ କରିଥିଲେ  । ବର୍ଷ ବର୍ଷ ଧରି ବଲବସପୁର ର ଏହି ବେହେରା ପରିବାର ସମଲେଶ୍ବରୀ ମନ୍ଦିର ଏହି ନୂଆଁ ଧାନ ଶସ୍ୟ ପ୍ରଦାନ କରିଆସୁଛନ୍ତି |

 

Leave A Reply

Your email address will not be published.