ଜିଲ୍ଲା ଟପ୍ପର ମୀନାକ୍ଷୀଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ କୁଇ ସାଂସ୍କୃତିକ ପରିଷଦ 

0

ପ୍ରଦାନ କଲେ  ୧,୧୦,୧୦୧ ଟଙ୍କାର ସହାୟତା 

ସ୍ବପ୍ନ ସାକାର ଦିଗରେ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ସହଯୋଗ କରାଯିବ : ପ୍ରତାପ  

   ଘୁ ଉଦୟଗିରି (ଶାସକ ପ୍ରଶାସକ) : ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପର ହୋଇଥିବା ଗରୀବ ଆଦିବାସୀ ଝିଅ ମୀନାକ୍ଷୀ ମଲିକଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି  “କୁଇ ସାଂସ୍କୃତିକ ପରିଷଦ” ଏବଂ “କୁଇ ଭାଷା ସାହିତ୍ୟ ସମିତି” । କ ନୂଆଗାଁ ବ୍ଲକ ମହାସିଙ୍ଗ ପଂଚାୟତ ଦୁର୍ଗମ ଅଂଚଳ ଗୋଇବନ୍ଧରେ ମୀନାକ୍ଷୀଙ୍କ ଘରକୁ ଯାଇ କୁଇ ସାଂସ୍କୃତିକ ପରିଷଦ ସଭାପତି ତଥା ଜିଲ୍ଲାର ଜଣାଶୁଣା  ଯୁବ ସମାଜସେବୀ  ପ୍ରତାପ କୁମାର ପ୍ରଧାନ ତାଙ୍କୁ ମାଟ୍ରିକ ପରୀକ୍ଷାରେ ତାଙ୍କ ଉଲ୍ଲେଖନୀୟ ସଫଳତା ସକାଶେ ସମ୍ବର୍ଧିତ କରିଥିଲେ | ମିନାକ୍ଷୀଙ୍କ  ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ମାନପତ୍ର ଏବଂ ଆର୍ଥିକ ସହାୟତା ୧,୧୦,୧୦୧/-  ଟଙ୍କା ପ୍ରଦାନ କରିଥିଲେ । ପ୍ରତାପଙ୍କ ସହିତ କୁଇ କବି ପ୍ରଦୀପ କଂହର ମଧ୍ୟ ଏ ଅବସରରେ ଉପସ୍ଥିତ ରହି ମିନାକ୍ଷୀଙ୍କ ଶୁଭକାମନା ଜଣାଇଥିଲେ |  ସୂଚନାଯୋଗ୍ୟ ଯେ ମିନାକ୍ଷୀ ଅନୁସୂଚିତ ଜାତି ଜନଜାତି ଆଶ୍ରମ ବିଦ୍ୟାଳୟ ଜଲେଶପଟ୍ଟାରେ ପାଠ ପଢୁଥିଲେ |

ଉଚ୍ଚଶିକ୍ଷା ପାଇଁ ଏ ଅର୍ଥ ତାଙ୍କ ପାଇଁ ସହାୟକ ହେବ ବୋଲି ଯୁବ ସଂଗଠକ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିବା ସହ ସ୍ବପ୍ନ ସାକାର କରିବା ପାଇଁ  ଭବିଷ୍ୟତରେ ଆଉ କୌଣସି ପ୍ରକାର ସହାୟତା ଆବଶ୍ୟକ ହେଲେ ପରିଷଦ ପକ୍ଷରୁ ସହଯୋଗର ହାତ ବଢ଼ାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | 

Leave A Reply

Your email address will not be published.