ମାଥିଲି ଗୁଳିକାଣ୍ଡ ଦିବସ

0

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡ଼ାକରାରେ ସାମିଲ ହୋଇଥିଲେ ସହିଦ ଲକ୍ଷ୍ମଣ ନାୟକ। କଳେବଳେ କୌଶଳେ କେମିତି ଇଂରେଜମାନଙ୍କ ଠାରୁ ଦେଶ ସ୍ୱାଧୀନ ହେବ ସେଥିପାଇଁ ଦିନ ରାତି ଲୋକମାନଙ୍କ ପାଖରେ ପହଞ୍ଚି ଗାନ୍ଧୀଙ୍କ ବାର୍ତା ପହଞ୍ଚାଉଥିଲେ ଏବଂ ଲୋକଙ୍କୁ ଏକଜୁଟ କରୁଥିଲେ। ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ମାଥିଲି ସାପ୍ତାହିକ ହାଟ ଶୁକ୍ରବାର ଦିନରେ ଲକ୍ଷ୍ମଣ ନାୟକ ଆନ୍ଦୋଳନରେ ସାମିଲ ଥିବା ସଂଗ୍ରାମୀଙ୍କୁ ନେଇଏକ ବୈଠକ କରିଥିଲେ। ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି ହେଲା ଯେ ସେମାନେ ମାଥିଲି ଥାନା ଘେରାଉ କରିବେ ଓ ଥାନାରେ ତ୍ରିରଙ୍ଗା ପତାକା ଉଢାଇବେ। ହାତରେ ତ୍ରିରଙ୍ଗା ପତାକା ଧରି ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରି ସ୍ୱାଧୀନତା ସ୍ଲୋଗାନ ଦେଇ ଥାନା ଆଡକୁ ମାଡିଚାଲିଲେ। ଥାନାରେ ଥିବା ପୋଲିସ ମଧ୍ୟ ବନ୍ଧୁକ ଧରି ସଜାଗ ହୋଇରହିଥିଲେ।

ଆନ୍ଦୋଳନକାରି ଥାନା ବାଡ଼ ଭlଙ୍ଗୀ ଭିତରକୁ ପ୍ରବେଶ କରି ଥାନା ଘର ଉପରେ ତ୍ରିରାଙ୍ଗl ପତାକା ଉଡ଼ାଇ ଥିଲେ। ସେହି ସମୟରେ ସଜାଗ ଥିବା ପୋଲିସ ଆନ୍ଦୋଳନକାରି ସଂଗ୍ରାମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସଂଗ୍ରାମୀ ଲିଙ୍ଗା କଟିଆ, ସଂଗ୍ରାମୀ ନରସିଙ୍ଗ ଡମ, ଗୋପୀ ପୂଜାରୀ, ଉଦୟନାଥ ଓଡି ଓ ବଳରାମ ନାୟକ ପ୍ରମୁଖ ପାଞ୍ଚ ଜଣ ସେଇଠି ହିଁ ଇଂରେଜଙ୍କ ଗୁଳିରେ ଟଳି ପଡି ସହିଦ ହୋଇଯାଇଥିଲେ।

ସେହି ସ୍ଥାନରେ ଜି.ରାମାୟ ନାମକ ଜଣେ ଫରେଷ୍ଟ ଗାର୍ଡ ମାତାଲ ଅବସ୍ଥାରେ ଥିଲେ। କୌଣସି ଏକ କାରଣରୁ ସେହି ଫରେଷ୍ଟ ଗାର୍ଡର ମୃତ୍ୟୁ ହୋଇଥିଲା। ତାର ମୃତ୍ୟୁର କାରଣ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲକ୍ଷ୍ମଣ ନାୟକଙ୍କ ଉପରେ ଦୋଷ ଲଦି ଦିଆଗଲା।

ଶେଷରେ ଲକ୍ଷ୍ମଣ ନାୟକଙ୍କୁ ଆରେଷ୍ଟ କରି ବ୍ରହ୍ମପୁର କାରାଗାରରେ ବନ୍ଦୀ କରି ରଖାଗଲା ଓ ପରିଶେଷରେ ଇଂରେଜ ସରକାର ଲକ୍ଷ୍ମଣ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ବ୍ରହ୍ମପୁର କାରାଗାରରେ ହିଁ ଫାସୀ ଦିଆଯାଇଥିଲା। ସେହି ଅଗଷ୍ଟ ୨୧ ତାରିଖ ଦିନକୁ ସ୍ମରଣ କରି ତା. ୨୧/୦୮/୨୦୨୦ରିଖ ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲା ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ ହୋଇଛି।

ଏହି କାର୍ଯ୍ୟକ୍ରମରେ ନବରଂଗପୁର ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗଦେଇଥିଲେ |ପ୍ରଥମେ ସହିଦ ଲକ୍ଷ୍ମଣ ନାୟକ ଭବନରେ ଥିବା ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ମାଥିଲି ଥାନା ପରିସରରେ ଥିବା ସହିଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମାଥିଲି ବି. ଏସ. ଏଫ. ଯବାନଙ୍କ ଦ୍ଵାରା ଗାର୍ଡ ଅଫ ଅନର ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମାଥିଲି ବିଡ଼ିଓ ଆଶିଷ କୁମାର ଭୋଇ, ତହସିଲଦାର ପୁରୋଷତମ ମିର୍ଧା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ, ଜିଲ୍ଲା ପରିଷଦ ସଭ୍ୟ ବଲାରାଜୂ କୋପେ, ମାଥିଲି ସରପଞ୍ଚ ଗୌରୀ ବଟେ,ଜିଲ୍ଲା ପରିଷଦ ସଭ୍ୟ କୁଶ ତାତି, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ମାଝୀ, ସଦାଶିବ ନାୟକ, ମଙ୍ଗୁଳୁ କଟିଆ, ନରସିଂହ ନାୟକ, ମହେଶ ବାକା କୁନାଲ ମିଶ୍ର, ସରୋଜ ସାହୁ, ଏମ. ଡ଼ି. ଆକବର, ପୂର୍ବତନ ସରପଞ୍ଚ କାନାମରାଜୁ ନାୟକ, ଘନଶ୍ୟାମ ମାଡକାମୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.