ଏକଲ ଗ୍ରାମୋତ୍ଥାନ ଫାଉଣ୍ଡେସନ ଦ୍ଵାରା ଫଳଚାରା ବଣ୍ଟନ

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାସ୍ଥିତ ସିରିଆପାଲିର ଏକଲବ୍ୟ ଗ୍ରାମୋତ୍ଥାନ ରିସୋର୍ସ ସେଣ୍ଟରରେ ଗତକାଲି ଗ୍ରାମବାସୀଙ୍କୁ ଫଳଚାରା ବଣ୍ଟନ କରିଥିଲେ। କୋଭିଡ-19 ର ସମସ୍ତ ଗାଇଡଲାଇନକୁ ପାଳନ କରି ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଲଲନ ଶର୍ମା, ବରିଷ୍ଠ ଟ୍ୟାକ୍ସ ପ୍ରାକ୍ଟିସନର ଶ୍ରୀ କହ୍ନୈୟାଲାଲ ଅଗ୍ରୱାଲ, ଝାରସୁଗୁଡ଼ା ଏକଲବ୍ୟ ମହିଳା ବନ ବନ୍ଧୁ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପ୍ରେମଲତା ଶକୁନିଆ, ସଚିବ ଶ୍ରୀମତୀ ଇନ୍ଦୁ ବକ୍ସି, କୋଷାଧ୍ୟକ୍ଷ ଶ୍ରୀମତୀ ବୀଣା ଲୀଖା, ଏକଲବ୍ୟ ଗ୍ରାମୋତ୍ଥାନ ରିସୋର୍ସ ସେଣ୍ଟରର ସଚିବ ଶ୍ରୀ ଅମିତ ଅଗ୍ରୱାଲ, ଅଧ୍ୟକ୍ଷ ଶ୍ରୀ ଅନିଲ ସଂତୁକା ତଥା ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ ଯେ ଅନୁଷ୍ଠାନ ଅଞ୍ଚଳର ୩୦ ଟି ଗ୍ରାମରେ ଏହିପରି   ଫଳଚାରା ବଣ୍ଟନ କରିବାର ଲକ୍ଷ୍ୟ ଅଛି। ପ୍ରତ୍ୟେକ ଗ୍ରାମର ପ୍ରାୟ ପଚାଶଟି ପରିବାର ଓ ପ୍ରତ୍ୟେକ ପରିବାରକୁ ଦଶଟି ଚାରା ବଣ୍ଟନ କରିବାକୁ ଅନୁଷ୍ଠାନ ଯୋଜନା କରିଅଛି। ଫଳଚାରା ମଧ୍ୟରେ ଆମ୍ବ, ଲିଚୁ, ଅମୃତଭଣ୍ଡା, ଆତ, ଲେମ୍ବୁ, ପିଜୁଳି, କଦଳୀ, ସଜନା, ନିମ୍ବ ପ୍ରଭୃତିରୁ ପାଖାପାଖି ୧୫,୦୦୦ ବୃକ୍ଷଚାରା ବଣ୍ଟନ କରାଯିବ ବୋଲି ସଂସ୍ଥାର ସଦସ୍ୟମାନେ ଜଣାଇଛନ୍ତି।

Leave A Reply

Your email address will not be published.