Bolangir/ Niroj Mishra : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମ ରେ ନରସିଂହ ସେନା ଗ୍ରାମ୍ୟ ପରିଚାଳନା କମିଟି ଦ୍ୱାରା ସାମାଜିକ ଦୂରତା ଓ ସରକାରୀ କୋଭିଡ଼ ଗାଇଡ଼ ଲାଇନ କୁ ମାନି ସ୍ୱାଧୀନତା ସଂଗ୍ରାମୀ,ସମ୍ବିଧାନ ପ୍ରଣୟନ ସଭା ର ସଭ୍ୟ,ଶିକ୍ଷା ସଂଗଠକ,ଆଇନଜୀବୀ ସ୍ବର୍ଗତ ଯୁଧିଷ୍ଠିର ମିଶ୍ର ଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଯୁଧିଷ୍ଠିର ମିଶ୍ର ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଗଲା । କମିଟି ର ସଭାପତି ତଥା ମୁଖ୍ୟ ଅତିଥି ଯୁବନେତା, ସମାଜସେବୀ ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା ନିଜ ଉଦବୋଧନ ରେ ଶ୍ରୀ ମିଶ୍ର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଛତାମଖନା ଭଳି ଛୋଟ ଗାଁ ରୁ ଯାଇ ନିଜ ପ୍ରଚେଷ୍ଟା ବଳରେ ଖ୍ୟାତନାମା ଆଇନଜୀବୀ,ସ୍ୱାଧୀନତା ସଂଗ୍ରାମରେ ପାଟଣା ଗଡ଼ଜାତ ର ରାଜତନ୍ତ୍ର ବିରୋଧ ରେ ନିର୍ଣ୍ଣାୟକ ଲଢ଼େଇ ର ନେତୃତ୍ୱ,ସମ୍ବିଧାନ ସଭାର ସଭ୍ୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ଆସନ ମଣ୍ଡନ କରି ଅନେକ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ପଦାଙ୍କ ଅନୁସରଣ କଲେ ଆମ ଅଞ୍ଚଳ ବିକଶିତ, ସଭ୍ୟ,ଶିକ୍ଷିତ ହୋଇପାରିବ ବୋଲି ମତ ପ୍ରକାଶ କଲେ। ପ୍ରାରମ୍ଭ ରେ ସ୍ୱାଗତ ଭାଷଣ,ଅତିଥି ପରିଚୟ ପୂର୍ବତନ ସରପଞ୍ଚ ଶ୍ରୀ ସରୋଜ ମେଶ୍ୱା ଦେଇଥିଲା ବେଳେ ଧନ୍ୟବାଦ ଶ୍ରୀ ମୁରଲୀ ମହାକୁର ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଜନ୍ମ ବାରିକ,ନରେନ୍ଦ୍ର ମିଶ୍ର,ରାଜକିଶୋର ମିଶ୍ର,ସଚ୍ଚିଦାନନ୍ଦ ମିଶ୍ର,କେଶବ କରନ ମଞ୍ଚାସିନ ଥିଲେ । ସଭାରେ ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ମଧ୍ୟରେ ବଳରାମ ମିଶ୍ର,ରାଧାକାନ୍ତ ମିଶ୍ର,ଶ୍ରୀହରୀ ମିଶ୍ର,କ୍ରିଷ୍ଣା ପଧାନ,ପ୍ରମୋଦ ମିଶ୍ର,କାନହୁ ଚରଣ ତ୍ରିପାଠୀ,ବାସୁଦେବ ତ୍ରିପାଠୀ,ସୀତାରାମ ମିଶ୍ର,ନେପାଳ ଦାସ,ସୁଶୀଲ ମିଶ୍ର,ନରେନ୍ଦ୍ର ମେଶ୍ୱା,ସୂର୍ଯ୍ୟକାନ୍ତ ବାଗ,ତ୍ରିନାଥ ବାଗ,ନିଲାମ୍ବର ଭୋଇ,ବିମଲ ପୁଟେଲ,ସୁନନ୍ତ ଭୋଇ,କାଳିଆ ସାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବଲାଙ୍ଗୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ସୁଦୂର ଭୁବନେଶ୍ୱର ରୁ ଟେଲିଫୋନ ମାଧ୍ୟମରେ ଉପସ୍ଥିତ ଜନତା କୁ ନୂଆଖାଈ ସକାଶେ ଆଗୁଆ ଅଭିନନ୍ଦନ ଜଣେଇଲେ,କରୋନା ମୁକାବିଲା ପାଇଁ ସରକାରୀ ନିୟମ କୁ ମାନିବାକୁ କହି ଗ୍ରାମ ର ଉନ୍ନତି ସକାଶେ କମିଟି ର ପ୍ରୟାସ କୁ ଭୁୟସୀ ପ୍ରଶଂସା କଲେ ।ସଭା ଶେଷ ରେ ସମସ୍ତଙ୍କୁ ମିଷ୍ଟାନ୍ନ ଓ ମାସ୍କ ବଣ୍ଟନ କରାଗଲା।
Sign in
Sign in
Recover your password.
A password will be e-mailed to you.
Next Post