ଓଡ଼ିଶା ଖେଳାଳିଙ୍କ ବିଶ୍ବସ୍ତରୀୟ ପ୍ରଦର୍ଶନ

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଗତ ତା:15/08/2020 ରୁ 17/08/2020 ପର୍ଯ୍ୟନ୍ତ ଚାଲିଥିବା ଇଣ୍ଡୋନେସିଆ ପେଞ୍ଚାକ ସିଲାଟ ଭର୍ଚୁଆଲ ଟୁର୍ନାମେଣ୍ଟରେ ଓଡ଼ିଶାର ଖେଳାଳିମାନେ କୃତିତ୍ୱ ଅର୍ଜନ କରିଛନ୍ତି। ଏଥିରେ ୧୧ ଟି ଦେଶରୁ ୪୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ୨୧ ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ ୧୯ ଜଣ ବିଭିନ୍ନ ବିଭାଗରେ ପଦକ ହାସଲ କରିଛନ୍ତି। 

ସୂଚନାନୁସାରେ, ତୁଙ୍ଗଲ ଇଭେଣ୍ଟରେ ନନ୍ଦିତା ଠାକୁର ରୌପ୍ୟ ପଦକ ହାସଲ କରିଥିବା ବେଳେ ଅଧିକା ସିଂହ, ଅନିଶ ଶର୍ମା, ଚିନ୍ମୟ ରାଓ, ହାର୍ଦ୍ଦିକ ଶର୍ମା, ଜ୍ୟୋତିର୍ମୟ ଅଧିକାରୀ, ଶଶୀକାନ୍ତ ପାୟଲ, କୁନଜ ପୁର୍ଷିତ, ମୁକ୍ତା ହୋତା, ମୁସ୍କାନ ବର୍ମା, ଅଂଶୁମାନ ଭୌମିକ, ଅଂଶୁମାନ ଚନ୍ଦ୍ରବଂଶୀ, ତପସ୍ଵିନୀ ନାୟକ ବିଭିନ୍ନ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ରେଗୁ ଇଭେଣ୍ଟର ବାଳିକା ବିଭାଗରେ ତିନି ଠାକୁର, ଅପେକ୍ଷା ରାୱତ,ବିଧି ରାଜପୁତ ଓ ବାଳକ ବିଭାଗରେ କୁନାଲ ବେହେରା,ସାଇ ସ୍ବସ୍ତିକ ଓ ରୁଦ୍ର ୟାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। 

ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଓଡ଼ିଶା ପେଞ୍ଚାକ ସିଲାଟ ଏସୋସିଏସନର ସାଧାରଣ ସଂପାଦକ ପ୍ରେମ ସିଂ ଥାପା ଓ ଅନ୍ୟାନ୍ୟ ସଦସ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.