ଏନଇଇଟି ଓ ଜେଇଇପରୀକ୍ଷା ୨୦୨୦ କୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମ କୋର୍ଟ 

0

ନୂଆଦିଲ୍ଲୀ : ଏନଇଇଟି ଓ ଜେଇଇ( NEET and JEE )ପରୀକ୍ଷା ୨୦୨୦ କୁ ସ୍ଥଗିତ ରଖିବାକୁ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ କୋଭିଡ ସତ୍ତ୍ୱେ  ଛାତ୍ରଙ୍କ କ୍ୟାରିଅରକୁ ଅଦାଲତ ବିପଦରେ ପକାଇ ପାରିବେ ନାହିଁ। 

“ଛାତ୍ରମାନଙ୍କ କ୍ୟାରିଅରକୁ ବିପଦରେ ପକାଯାଇପାରିବ ନାହିଁ। ଆବେଦନରେ ଆମେ କୌଣସି ଯଥାର୍ଥ ଯୋଗ୍ୟତା ପାଇ ନାହୁଁ। ତେଣୁ ଏହି ଆବେଦନକୁ ଖାରଜ କରିଦିଆଯାଇଛି ବୋଲି ବିଚାରପତି ବି.ଆର ଗାଭାଇ ଏବଂ କୃଷ୍ଣ ମୁରାରୀ ମଧ୍ୟ କହିଛନ୍ତି। ପରୀକ୍ଷା ସ୍ଥଗିତ ରଖିବା ଦେଶ ପାଇଁ କ୍ଷତି ବୋଲି  କହିଛନ୍ତି ତିନିଜଣିଆ ଖଣ୍ଡପୀଠ | 

Leave A Reply

Your email address will not be published.