କରୋନା ଲଢେଇରେ ଉତ୍ସର୍ଗୀତ ମହିଳା ପୋଲିସ ଅଧିକାରୀ 

0

ଝାରବନ୍ଧ-ମନୋହର ଦାଶ: ମହାମାରୀ କରୋନା ର କରାଳ ଛାୟା ରେ ବିଶ୍ୱବାସୀ ଆଜି ଆଚ୍ଛାଦିତ ହୋଇଯାଇଛନ୍ତି।ଏହି ଅଜଣା ରୋଗରେ ବ୍ୟାପକ ଜୀବନ ନଷ୍ଟ ହେଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ପ୍ରସାଶନ ପକ୍ଷ ରୁ ମଧ୍ୟ ଆବଶ୍ୟକ ମୁତାବକ କଟକଣା ଜାରିକରାଯାଇଛି। ତୃଣମୂଳ ସ୍ତରରେ ସରକାରଙ୍କ କଟକଣାର ଉଚିତ କାର୍ଯ୍ୟାନ୍ୱୟନ ସହ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରି ଘରଦ୍ୱାର ଭୁଲି କାଗିପଡ଼ିଛନ୍ତି କରନା ଯୋଦ୍ଧାମାନେ , କିଏ ରାସ୍ତାରେ , କିଏ ଡାକ୍ତରଖାନାରେ ଆଉ କିଏ ଥାନାରେ | ସ୍ୱାସ୍ଥ୍ୟସେବା ସହ ଜଡିତ ସମସ୍ତ ଡ଼କ୍ଟର କର୍ମଚାରୀ, ସଫେଇ କର୍ମଚାରୀ, ପ୍ରଶାସନ ଓ ପୋଲିସବାହିନୀର କର୍ମଚାରୀଙ୍କ ଉଲ୍ଲେଖନୀୟ ତଥା ନିଷ୍ଠାପର ଉଦ୍ୟମ ତଥା ସମ୍ମୁଖ ଯୁଦ୍ଧ  ଯୋଗୁ ହିଁ ଆଜି ଓଡ଼ିଶାରେ ସ୍ଥିତି ଜାତୀୟ ସ୍ତର ଠାରୁ ଉତ୍ତମ ସ୍ଥିତିରେ ଅଛି | ତେଣୁ ସେଭଳି  ମହାମାରୀ କରୋନା ବିରୋଧି ଲଢ଼େଇର ଅନ୍ୟତମ ସାରଥୀ ସାଜିଛନ୍ତି ମହିଳା ପୋଲିସ ଅଧିକାରୀ ଲିଲିମା ଲଳିତା ବାର୍ଲା ।ଜଣେ ପୋଲିସ ଅଧିକାରୀ ଭାବେ ଜଣାଶୁଣା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାର ଆଇ ଆଇ ସି ଭାବେ କାର୍ଯ୍ୟରତ କରୋନା କୁ ପ୍ରତିହତ କରିବାଲାଗି ସରକାରୀ ସ୍ତରରେ ଯେଉଁ ଲଢେଇ ଜାରି ରହିଛି।ସେଥିରେ ଦିନରାତିକୁ ଏକା କାର କରି ସେ ନିର ବିଛିନ୍ନ ଭବେ ତାଙ୍କ ଦାୟିତ୍ୱ ତୁଲାଇ ଚାଲିଛନ୍ତି।ଶ୍ରମତି ବାର୍ଲା ମାସ ମାସ ଧରି ନିଜ କାର୍ଯ୍ୟ କୁ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତା ର ସହ ନିର୍ବାହ କରି ସ୍ଥାନୀୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।ଜଣେ କର୍ମ ସଚୋଟ ଓ ନିଷ୍ଠାପର ଅଫିସର ଭାବେ ଜଣାଶୁଣା ଶ୍ରୀମତୀ ବାର୍ଲା ଥାନାକୁ ଆସୁଥିବା ଲୋକଙ୍କ ଆପତ୍ତି ଅଭିଯୋଗ କୁ ଅତ୍ୟନ୍ତ ଧୈର୍ୟ  ସହକାରେ ଶୁଣିବା ସହ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରୁଥିବା ଜଣାଯାଏ।

ଲଉଡିଦରହା ପଞ୍ଚାୟତର ରନୁଢିପା ଗାଁ ର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ରେ ମନୋମାଳିନ୍ୟ ହୋଇ ସ୍ୱାମୀ ତା ସ୍ତ୍ରୀକୁ ତା ଶାଶୁଘରେ ଛାଡି ଆସିଥିଲା।ଦୁଇଟି ଛୋଟ ଛୋଟ ପୁଅ ଥାଇ ସୁଦ୍ଧା ମନାନ୍ତର ହୋଇ ଥିଲା । ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଉଭୟ ସ୍ୱାମୀ ସ୍ତ୍ରୀ କୁ ବୁଝାସୁଝା କରି ତାଙ୍କ ଦାମ୍ପତ୍ୟ ଜୀବନ କୁ ଫେରାଇ ଆଣିଥିବାରୁ ଅଞ୍ଚଳରେ ବେଶ ପ୍ରଶଂସନୀୟ ହୋଇଛନ୍ତି।

ଜଗଦଲପୁର ଥାନା ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ହୋଇଥିଲେ ମଧ୍ୟ ଶ୍ରୀମତୀ ବାର୍ଲା ନିଜର ଅଧ୍ୟବସାୟ ବଳରେ ତତ୍କାଳ ଉଚିତ ସମୟ ରେ ଘଟଣା ସ୍ଥଳ ରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁଛନ୍ତି। ବିଭିନ୍ନ ସାମାଜିକ ସଙ୍ଗଠନ ଜନପ୍ରତିନିଧି ସମାଜ ସେବୀ ଓ ବୁଦ୍ଧିଯିବି ଶ୍ରୀମତୀ ବାର୍ଲାଙ୍କର କାର୍ଯ୍ୟ କଲାପକୁ ସାଧୁବାଦ ଦେଉଥିବା ସହ ତାଙ୍କର ଉତ୍ତୋରତ୍ତର କାମନା କରିଛନ୍ତି।

Leave A Reply

Your email address will not be published.