କାକାବୁଢା ଘାଟିରେ ମାଓ ବ୍ୟାନର

0

ଘୁ.ଉଦୟଗିରି/ଗଗନ ପ୍ରଧାନ :କନ୍ଧମାଳ ଜିଲା କ.ନୂଆଁଗା ଥାନା ଅଞ୍ଚଳର କାକାବୁଢା ଘାଟିରେ ମାଓ ବ୍ୟାନର। ବହୁଦିନର ବ୍ୟବଧାନ ପରେ ଆଜି ସକାଳୁ ସକାଳୁ କ,ନୂଆଁଗାରୁ ବାଲିଗୁଡା ଯିବା ରାସ୍ତା ଘାଟିର କଡରେ ଗଛରେ କେ,କେ,ବି,ଏନ୍ ମାଓ ସଂଗଠନ ଲେଖାଥିବା ଏକ ବ୍ୟାନର ଲାଲ କପଡାରେ ଧଳା ଅକ୍ଷରରେ ଲେଖାଯାଇ ମରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ତୁମୁଡିବନ୍ଧ ଥାନା ଅଞ୍ଚଳରେ କରାଯାଇଥିବା ମାଓବାଦିଙ୍କ ଉପରେ ପୁଲିସର ଏନକାଉଣ୍ଟର ଓ ହତ୍ୟାକୁ ନିନ୍ଦା କରିବା ସହ କେଡର ମାନଙ୍କ ଶ୍ରଦ୍ଧାଞ୍ଜଳି ଦେବା ଓ ଆସନ୍ତା ୧୮ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରାକୁ ସଫଳ କରିବା ନେଇ ଆହ୍ବାନ ଦେବା ନେଇ ଲେଖାଥିବା ଦେଖିବାକୁ ମିଳିଥିଲା। ଏଭଳି ଜାତିୟ ରାଜପଥ 59 କଡରେ ଲାଲ ବ୍ୟାନର ମାରି ମାଓ ବାଦି ଜିଲ୍ଲାରେ ଉପସ୍ଥିତିଥିବା ଜାହିର କରିବା ଜଣାପଡିଛିି।ଗତ କାଲି ସ୍ବାଧିନତା ଦିବସ ପାଳନ ପରିପେକ୍ଷିରେ କନ୍ଧମାଳ ପୁଲି ସୁରକ୍ଷା କଡାକଡି କରିଥିବା ବେଳେ ସକାଳୁ ସକାଳୁ ଏଭଳି ବ୍ୟାନର ଲାଗିବା ନେଇ ଅଞ୍ଚଳର ଜନସାଧାରଣ ଏବଂ ସେହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ଭୟଭିତଥିବା ଜଣାପଡିଛିି।

Leave A Reply

Your email address will not be published.