୭୪ ତମ ସ୍ୱାଧୀନତା ଦିବସ ଅବସରରେ ‘ଉତ୍ସର୍ଗ’ ପକ୍ଷରୁ ରକ୍ତଦାନ ଶିବିର

0

 ୪O ଜଣ ରକ୍ତଦାତା ସ୍ବେଛାକୃତ ଭାବେ କଲେ  ରକ୍ତଦାନ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ଆଜି ସାରା ବିଶ୍ୱ କରୋନା କୋଭିଡ଼ ୧୯  ସଂକ୍ରମଣ ରେ ଆତଙ୍କିତ ଥିବା  ପରିସ୍ଥିତି ଥିବା ବେଳେ ଭାରତ ୭୪ ତମ  ସ୍ୱାଧୀନତା ଦିବସକୁ ଅତି ସାଧାରଣ ଭାବେ, କୋଭିଡ଼ ନିୟମ ଆଧାର ରେ ପାଳନ କରିଅଛି l ଏହି କୋଭିଡ଼ ୧୯ ସଂକ୍ରମଣ ପରିସ୍ଥିତି ରେ ଦେଶରେ ରୋଗୀ ଙ୍କ ପାଇଁ ରକ୍ତ ର ଘୋର ଅଭାବ  ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବଲପୁର ର  ଅଗ୍ରଣୀ ସ୍ବେଛାସେବୀ  ଅନୁଷ୍ଠାନ ‘ଉତ୍ସର୍ଗ’ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ର  ଆୟୋଜନ କରିଥିଲା l ଅଗଷ୍ଟ ୧୫ ସ୍ୱାଧୀନତା ଦିବସ  ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବା ସତ୍ୱେ ୪O ଜଣ ବ୍ୟକ୍ତି ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l ଖୁସି ର  ବିଷୟ ଏହିଯେ  ଅନେକେ ପ୍ରଥମ ଥର ପାଇଁ ସ୍ବେଛାକୃତ ଭାବେ ଆଜିର  ଭୟାବହ କରୋନା  ସଂକ୍ରମଣ ପରିସ୍ଥିତି ରେ ମଧ୍ୟ  ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିର କୁ ବୁର୍ଲା  ଭିମସାର ରକ୍ତ ଭଣ୍ଡାର ର ଡାକ୍ତର ସତ୍ୟବ୍ରତ ପାଟଜୋଷୀ, ଟେକନିସିଆନ ଦେବାଶିଷ ମିଶ୍ର, ଦିଲୀପ ସାହୁ, ପ୍ରହଲ୍ଲାଦ ଭୋଇ ଓ  ଉମାକାନ୍ତ ଭୋଇ ପ୍ରମୁଖ ପରିଚାଳନା କରିଥିବା ବେଳେ, ଉତ୍ସର୍ଗ ଅନୁଷ୍ଠାନ ର ସଂଯୋଜକ ପ୍ରଶାନ୍ତ ପାଟଜୋଷୀ, ରୁଦ୍ର ନାରାୟଣ  ମିଶ୍ର, ଡାକ୍ତର ସଂଜୀବ ମିଶ୍ର, ହରିଶଙ୍କର ମେହେର, ସୂର୍ଯ୍ୟ ପାଣିଗ୍ରାହୀ, ସ୍ୱସ୍ତିକ ପାଣ୍ଡେ, ସଂଜୀବ କୁମାର ମିଶ୍ର, ପ୍ରବୀଣ ଦୀକ୍ଷିତ, ଗଙ୍ଗଦେବ ବଗର୍ତ୍ତୀ, ମହେଶ ସାଏତା, ସତ୍ୟ ନାରାୟଣ ଠାକୁର ପ୍ରମୁଖ ସକ୍ରିୟ ଭାବେ ରକ୍ତଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l ସୂଚନାଯୋଗ୍ୟ ଯେ  ଏହି କରୋନା ସଂକ୍ରମଣ ପରିସ୍ଥିତି କୁ ଦୃଷ୍ଟି ରେ ରଖି  ୩ ମାସ  ପୂର୍ବରୁ ମଧ୍ୟ ବୁର୍ଲା ଭିମସାର ରକ୍ତ ଭଣ୍ଡାର ରେ ଏକ ରକ୍ତଦାନ ଶିବିର ରେ ରକ୍ତଦାନ କରା ଯାଇଥିଲା ଏବଂ ଆଗାମୀ ଦିନରେ ମଧ୍ୟ ରକ୍ତ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି  ଆହୁରି ରକ୍ତଦାନ ଶିବିର ର ଆୟୋଜନ କରିବାକୁ ସ୍ଥିର ହୋଇଛି l

Leave A Reply

Your email address will not be published.