ଗୁମାଡେରାରେ ଖୋଲିଲା ୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର। 

0

ଝାରସୁଗୁଡ଼ା(ସୁଭାଷ ସହାରେ): କ୍ରମାଗତ ଭାବରେ କୋରୋନା ସଂକ୍ରମଣ ସଂଖ୍ୟା ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଥିବାରୁ ଯହିଁ ଗୋଟିଏ ପକ୍ଷରେ ପ୍ରଶାସନ ପାଇଁ ଏକ ଚିନ୍ତାର ବିଷୟ ହୋଇଛି, ଅନ୍ୟ ପକ୍ଷରେ ସାଧାରଣ ନାଗରିକଙ୍କ ପାଇଁ ଆଶଙ୍କାରେ ପରିଣତ ହୋଇଛି। ମାତ୍ର କିଛିଟା ଆଶ୍ବସ୍ତି ଆଣିଦେଇଛି ଏକ ଖବର।ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁମାଡେରାର ଜୁବିଲି ହଲରେ ଏକ ୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ରର ଆରମ୍ଭ କରାଯାଇଛି। ଟିଆରଏଲ କାରଖାନା ସହଯୋଗରେ ଖୋଲାଯାଇଥିବା ଏହି କେନ୍ଦ୍ର କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କୁ ସମୟୋଚିତ ଚିକିତ୍ସା ସେବା ଯୋଗାଇବାରେ ସକ୍ଷମ ହେବ। ଏହା ନେଇ ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଏକ ଟୁଇଟ କରି ଲୋକଙ୍କୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.