ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅଧିକାରୀ , ଯନ୍ତ୍ରୀଙ୍କ ଅବହେଳା ତଥା ଠିକାଦାର ପ୍ରୀତି ପାଇଁ ବ୍ଲକର କଲାମାଟି ପଞ୍ଚାୟତ ଗ୍ରିଣ୍ଡୋଲାପାଲି ଗ୍ରାମର କଟାରେ ଘାଇ ହୋଇ ବାଲିଚରରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ମାସ ହେଲା ବ୍ଲକ ଅଧିକାରୀ ଯନ୍ତ୍ରୀଙ୍କ ମୌଖିକ ଆଦେଶରେ ଜଣେ ଠିକାଦାରକୁ ଉକ୍ତ କଟାରେ ହିଡ ବାଡ ଦେବାକୁ କୁହାଯାଇଥିଲା । ହେଲେ ଉକ୍ତ କଟାରେ ଜେସିବିରେ ମାଟି ଖୋଲିଦେଇ ଅଧାପନ୍ତରିଆ ଭାବରେ ପକାଯାଇଥିଲା । ପ୍ରବଳ ବର୍ଷା ହେବାରୁ ଉକ୍ତ ସ୍ଥାନରେ ବଡ଼ଘାଇ ସୃଷ୍ଟି ହୋଇ ବାଲିଚରରେ ପ୍ରାୟ ୩୦ ଏକର ରୁ ଉର୍ଦ୍ଧ ଫସଲ ନଷ୍ଟ ହୋଇଛି । ଏନେଇ ଖବର ପାଇ ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ ଘଟଣା ସ୍ଥଳ ପରିଦର୍ଶନ କରି ବିଡିଓଙ୍କୁ ଅବଗତ କରି ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉଚିତ କ୍ଷତି ପୂରଣ ଦେବାକୁ ଦାବିକରିଛନ୍ତି । କ୍ଷତିଗ୍ରସ୍ତ ଚାଷୀ ମଧ୍ୟରେ ଦେବେନ୍ଦ୍ର ରଣା (୨ଏକର ), ଦୁର୍ଯୋଧନ ରଣା (୨ଏକର ), ବିଶ୍ଵନାଥ ପାଣ୍ଡେ (୧.୫ଏକର ), ପହଲୀ ନାଏକ (୧ଏକର ),କନିଷ୍ଠ ଭୋଇ (ଅଧା ଏକର ),କୀର୍ତନ ଭୋଇ (ଅଧା ଏକର ), ଦୟାନିଧି ରଣା (୧ଏକର ), ମଙ୍ଗଲୁ ରଣା (୧ଏକର ), ତେଲି ସାହୁ (୧ଏକର ) ପ୍ରମୁଖ ଚାଷୀ ଫସଲ ନଷ୍ଟ ହୋଇଛି । ମୌଖିକ କାର୍ଯ୍ୟାଦେଶ ରେ କାମ କୁ ନେଇ ଅଧିକାରୀ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଜଳ ଜଳ ବାରି ହେଉଥିବାବେଳେ , ଅଧିକାରୀ ମାନଙ୍କ ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ଗ୍ରସ୍ତ ଚାଷୀଙ୍କୁ ଯଥା ଶୀଘ୍ର କ୍ଷତି ପୂରଣ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post