ବୁଗୁଡା /ଡ଼. କୁମୁଦ ଚନ୍ଦ୍ର ବେହେରା : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ” ପକ୍ଷରୁ ଗରିବ ଆଦିବାସୀ ଓ ହରିଜନ ଙ୍କ ସମେତ ନିଃସହାୟ ଓ ବିଧବା ମହିଳା ଏବଂ ଶ୍ରମଜୀବୀ ମାନଙ୍କୁ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ଶୁଖିଲା ଖାଦ୍ୟ ପକେଟ ମାଗଣା ବଣ୍ଟନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ” ର ଡ଼ାଇରେକ୍ଟର ଡ଼. କୁମୁଦ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଓ କୁଶପଲ୍ଲୀ ଗ୍ରାମରେ ଏବଂ ପୋଲସରା ବ୍ଲକର ପାଣ୍ଡିରିପଡା ଗ୍ରାମରେ ଶୁଖିଲା ଖାଦ୍ୟ ପକେଟ ମାଗଣା ବଣ୍ଟନ କରାଯାଇଛି।ଶୁଖିଲା ଖାଦ୍ୟ ପକେଟରେ ଚାଉଳ, ଡାଲି, ସୁଜି, ଅଟା, ତେଲ,ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ଚାହା ଗୁଣ୍ଡ, ଦୁଗ୍ଧ ଗୁଣ୍ଡ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଥିବା ଡ଼ାଇରେକ୍ଟର ଡକ୍ଟର ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏଥିସହ ସେ ପ୍ରକାଶ କରିଛନ୍ତି ଯେ ବୁଗୁଡା, ପୋଲସରା ସମେତ ଜଗନ୍ନାଥ ପ୍ରସାଦ ଓ ଆସିକା ବ୍ଲକରେ ମଧ୍ୟ ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.