ନୂଆଁଖାଇ ଦିନ ସଟଡାଉନ କୋହଳ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବିପତ୍ର

0

ଝାରସୁଗୁଡ଼ା (ସୁଭାଷ ସହାରେ) : ନୂଆଁଖାଇ ଦିନ କୋଭିଡ କଟକଣାକୁ କୋହଳ କରିବାକୁ ଅନୁରୋଧ କରିଛନ୍ତି ପଶ୍ଚିମାଞ୍ଚଳ ଏକତା ମଞ୍ଚ। ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ ମଞ୍ଚ ଉଲ୍ଲେଖ କରିଅଛି ଯେ ଯେହେତୁ ନୂଆଁଖାଇ ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ବ ଅଟେ, ଏହାକୁ ଲୋକେ ବର୍ଷ ଯାକ ଅପେକ୍ଷା କରିଥାନ୍ତି। ଅନ୍ୟପକ୍ଷରେ ଏହା ଲୋକଙ୍କ ମଧ୍ୟରେ ଏକତା ଓ ଭ୍ରାତୃଭାବର ପ୍ରତୀକ ଅଟେ। ତେଣୁ ନୂଆଁଖାଇ ଓ ତା ପୂର୍ବ ଦିନ କୋଭିଡ ଗାଇଡଲାଇନ୍ ଅନୁସାରେ ଦୋକାନ ବଜାର ଖୋଲା ରଖିବାକୁ ଓ ଲୋକଙ୍କୁ କିଣା ବିକା କରିବାକୁ ଅନୁମତି ଦେବାକୁ ମଞ୍ଚ ଅନୁରୋଧ କରିଛି।

Leave A Reply

Your email address will not be published.