କଂଗ୍ରେସ ସରକାର ହେଲେ ବାଦ୍ଧକ୍ୟ ଭତା ବଢିବା , ଚାଷୀଙ୍କ ପାଇଁ ହେବ ଋଣ ଛାଡ : ନିରଞ୍ଜନ 

0

 ଜୟପୁରରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ 

16-05-18-cong.jpg - 174.21 kB

ଜୟପୁର-  ଓଡିଶା ପ୍ରଦେଶ କଂଗ୍ରେସର  ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ଗ୍ରହଣ  କରିବା ପରେ ପରେ ଜୟପୁର ଠାରେ ଏକ ବିଶାଳ ସମାବେଶ କରାଯାଇ  ନିର୍ବାଚନୀ ବିଗୁଲ  ବଜାଇଛି କଂଗ୍ରେସ ଦଳ ।   ୨୫ ହଜାର ଲୋକଙ୍କୁ ନେଇ କଂଗ୍ରେସ ଜୟପୁର ଠାରେ ଶୋଭାଯାତ୍ରା ସହ ସମାବେଶ କରିଥିବା ବେଳେ  ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଶୁଣାଇଛି । ବିରୋଧଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରା ପ୍ରସାହ ବାହିନିପତିଙ୍କ ଦ୍ୱାରା ଆହୁତ ଆଜି ଏହି ସମାବେଶରେ ପିସିସି ସଭାପତି ପଟ୍ଟନାୟକ ଯୋଗ ଦେଇ ୨୦୧୯ ନିବାଚନରେ  କଂଗ୍ରେସ ଶାସନକୁ ଫେରିଲେ ବାର୍ଦ୍ଧକ୍ୟ, ବିଧବା ଏବଂ ବିକଳାଙ୍ଗ ଭତାକୁ ହଜାର ଟଙ୍କା କରିବ ବୋଲି ଘୋଷଣା କରିଛନ୍ତି । 

ସେ ଆହୁରି କହିଛନ୍ତି ଯେ ରାଜ୍ୟର ଗରିବ ଚାଷୀ ମାନେ ନେଇଥିବା ଋଣ କୁ ମଧ୍ୟ କଂଗ୍ରେସ ସରକାର ଛାଡ କରିବେ ବୋଲି କହିଛନ୍ତି ।  ଆୟୋଜିତ ଆଜିର ସମାବେଶରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଯୋଗ ଦେଇ କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପିତଙ୍କ ପୌରହହିତ୍ୟ ରେ ଆୟୋଜିତ ଆଜିର ସମାବେଶରେ କୋରାପୁଟ ଦାୟିତ୍ୱରେ ରହିଥିବା ପିସିସି କାଯ୍ୟକାରୀ ସଭାପତି ନବ ଦାସ କହିଥିଲେ  ଯେ ଆସନ୍ତା ନିର୍ବାଚନରେ କଂଗ୍ରେସ ଓଡିଶା ଶାସନକୁ ଫେରିବେ ଏହାର ଶୁଭାରମ୍ଭ ହେବ ଜୟପୁର ନିବାଚନ ମଣ୍ଡଳିରୁ ।  ଏଠାରୁ  ଭାଲୁ ବାହନିପତି ନିର୍ବାଚିତ ହୋଇ ଦଳ ଶୁଭ ଆଣିବେ  ବୋଲି କହି ନବ ଦାସ     ରାଜ୍ୟ ସଭା ସାଂସଦ ରଞ୍ଜିବ ବିଶ୍ୱାଳ,   ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ବାହିିନିପତି କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି, କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ,ଲଷ୍ମୀପୁର ବିଧାୟକ କୈଳାଶ କୁଲସିକା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । 

ସେହିପରି ବିରୋଧି ଦଳ  ନେତା ନରିସଂହ ମିଶ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କ ଗରିବ ମାରଣ ନୀତି ବିରୁଦ୍ଧରେ କଡା ସମାଲୋଚନା କରିଥିବା ବେଳେ ଭାଜପାର ମିଥ୍ୟା ପ୍ରତିଶ୍ରୁତି କୁ ଲୋକ ଆଉ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ।  

ସମାବେଶରେ ଯୋଗଦେବା ପାଇଁ ଅତିଥି ମାନେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଏଠାକୁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ଜୟପୁର ବିମାନ ଘାଟି କାଯ୍ୟ ଚାରଲଥିବା ଦର୍ଶାଇ ହୁଲାଇବାକୁ ଦିଆଯାଇନଥିଲା । ବାଧ୍ୟ ହେଇ ସେମାନେ ଜୟପୁର ଠାରୁ ୮୫ କମି ଦୁରରେ ଥିବା ଛତିଶଗଡର ଜଗଦଲପରୁ ବିମାନଘାଟିରେ ଅବତରଣ କରିଥିଲେ । ସେଠାରୁ ରାସ୍ତା ଯୋଗେ ଅତିଥି ମାନେ ଜୟପୁର ରେ ପହଂଚିବା ପରେ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଭାଲୁ ସେନା ନାମରେ ୫ ହଜାର ଯୁବକ କଂଗ୍ରେସର ନେତ୍ୃ ମଣ୍ଡଳିକୁ ଜୟପୁର ସହରରେ ଶୋଭାଯାତ୍ରା କରାଯାଇଥିଲ୍ ।  ବିଜେଡିର ବରିଷ୍ଠ ନେତା ଲିଭିଙ୍ଗ ଷୋଟନ ଖୋସଲା ସମର୍ଥନଙ୍କ ସହ  ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.