ପୁନର୍ଗଠିତ ହେବ ୨୨୦ଟି ଥାନା ପାଇଁ ୯୦୫ ଟି ପଦବୀ: ଟୁଇଟ କରି ଧନ୍ୟବାଦ ଜଣାଇଲେ ଝାରସୁଗୁଡା ଏସପି

0

  ଝାରସୁଗୁଡ଼ା :(ସୁଭାଷ ସହାରେ) ରାଜ୍ୟ ପୋଲିସ ବିଭାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାରେ ପଦକ୍ଷେପ ନେଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ରାଜ୍ୟର ୨୨୦ଟି ଥାନାର ୯୦୫ଟି ପଦବୀର  ପୁନର୍ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ଡିଜିଙ୍କୁ ନୂତନ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରାଧ ନିୟନ୍ତ୍ରଣ ତଥା ପୋଲିସ ସେବାକୁ ଲୋକାଭିମୁଖୀ କରାଇବା ଲକ୍ଷ୍ୟ ନେଇ ପୋଲିସ ଥାନାଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ମାଓବାଦ ଭଳି ସମସ୍ୟାକୁ ସଫଳତାର ସହ ଦୂର କରିବା ପରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ  ନିମନ୍ତେ ରାଜ୍ୟ ସରକାର ପୋଲିସ ବିଭାଗରେ ନିଯୁକ୍ତି ସଂଖ୍ୟାକୁ ବଢ଼ାଇବାରେ ଯୋଜନା କରୁଛନ୍ତି। ଏହା ସହିତ କେତୋଟି ଥାନାକୁ ଭାଗ କରି ନୂତନ ୬ ଟି ନୂତନ ଥାନା ସୃଷ୍ଟି କରିବା ଯୋଗୁଁ ଏହି ପୁନର୍ଗଠନ ପ୍ରକ୍ରିୟା ଆହୁରି ମଜଭୁତ ହେବ ବୋଲି ସରକାର ଆଶା ପୋଷଣ କରିଛନ୍ତି।  ଯେଉଁ ଥାନାଗୁଡ଼ିକ ବିଭକ୍ତ ହୋଇ ନୂଆ ଥାନା ଗୁଡ଼ିକ ଆରମ୍ଭ ହେବ ସେଗୁଡ଼ିକ ହେଲେ ଭୁବନେଶ୍ବରର ଖଣ୍ଡଗିରି ଥାନା, ଅନୁଗୁଳର ଟାଉନ ଥାନା, ଝାରସୁଗୁଡ଼ାର ଟାଉନ ଥାନା, ଗଞ୍ଜାମର ଭଞ୍ଜନଗର ଥାନା, ଭଦ୍ରକର ଗ୍ରାମାଞ୍ଚଳ ଥାନା ଏବଂ ଭଦ୍ରକର ତିହିଡ଼ି ପୋଲିସ ଷ୍ଟେସନ ବୋଲି ଜଣାପଡ଼ିଛି। ଝାରସୁଗୁଡ଼ା ଏସପି ଏହା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିବା ସହ ଅପରାଧକୁ ରୋକିବାରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ଏବଂ ନାଗରିକ କୈନ୍ଦ୍ରିକ ସେବା ଯୋଗାଇବାରେ ପୋଲିସ ଆହୁରି ସକ୍ଷମ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.