ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା ନିଷ୍ଠା ପରିବାର

0

ବରଗଡ :- ପୁଣିଥରେ ଚର୍ଚ୍ଚାରେ ବରଗଡ଼ ଜିଲ୍ଲାର ନିଷ୍ଠା ପରିବାର ଓ ଏହାର ସାଧାରଣ ସଂପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ । ସାମାଜିକ ଗଣମାଧ୍ୟମ ରୁ ଜଣେ ଅସହାୟ ବୃଦ୍ଧ ଦମ୍ପତିଙ୍କ କରୁଣ କାହାଣୀ କଣିବା ପରେ  ‘ନିଷ୍ଠାର’ ସମ୍ପାଦକ ସମାଜସେବୀ ଅଶ୍ୱିନୀ ତ୍ରିପାଠୀ ସେମାନଙ୍କୁ ଡାକ୍ତରଖାନା ପହଞ୍ଚାଇଛନ୍ତି । ସୂଚନା ଯୋଗ୍ୟ, ବରଗଡ଼ ସହର ୱାର୍ଡ ନମ୍ବର ୧୭ ଅମ୍ବାପାଲିରେ ବାସ କରୁଥିବା ଧନେଶ୍ୱର ବରିହା ଏବଂ ଗୁଲାପି ବରିହା ଅସହାୟ ଅବସ୍ଥାରେ ରହୁଥିଲେ। ଏପରିକି ଅସୁସ୍ଥ ଥିବା ବୃଦ୍ଧ ଧନେଶ୍ୱରଙ୍କ ଚିକିତ୍ସା ମଧ୍ୟ ତାଙ୍କ ସ୍ତ୍ରୀ ଗୁଲାପି କରିବା କିମ୍ଵା କରେଇବା ପାଇଁ ସମ୍ପୁର୍ଣ୍ଣ ଭାବରେ ଅସମର୍ଥ ଥିଲେ ।ବରଗଡ଼ ଅଞ୍ଚଳ ର  ସୁଖବନ୍ତ କୌର ନାମକ ଜଣେ ସଚେତନ ମହିଳା ଏହାଜାଣି ସେମାନଙ୍କୁ କିଛି ସହାୟତା କରିବା ଉଦେଶ୍ୟ ରେ ସାମାଜିକ ଗଣମାଧ୍ୟମ ରେ ଏକ ଭିଡିଓ ପୋଷ୍ଟ କରି ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବାକୁ ଜନସାଧାରଣ ତଥା ପ୍ରଶାସନ କୁ  ନିବେଦନ କରିଥିଲେ । ଏହା ଦେଖିବା ପରେ ନିଷ୍ଠା ର ସମ୍ପାଦକ ତଥା  ସମାଜସେବୀ ଅଶ୍ୱିନୀ ତ୍ରିପାଠୀ ତାହା ସଙ୍ଗେସଙ୍ଗେ ଅମ୍ବାପାଲିରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ଡାକ୍ତରଖାନା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ।  ତୁରନ୍ତ ସାହାଯ୍ୟ ର ହାତ ବଢାଇଥିବା କାରଣରୁ ନିଶ୍ଚିତ ଭାବରେ ଜଣେ ଲୋକର କିଛି ଉପକାର ହେଇ ପାରିଲା । ଏଠାରେ ସୂଚନାଯୋଗ୍ୟ ଯେ  ଏହିଭଳି କୋଣସି ପ୍ରକାର ଖବର ନିଷ୍ଠା ପରିବାର ର ସଦସ୍ୟ ମାନଙ୍କର ଦୃଷ୍ଟି ଗୋଚର ହେଲେ ସେମାନେ ତୁରନ୍ତ ଆକ୍ସନ ମୋଡ଼ରେ ଆସିଯାନ୍ତି ଓ ଯେତେ ସମ୍ଭବ ସେତେ ସାହାଯ୍ୟ ଓ ସହଯୋଗ କରିଥାନ୍ତି । ନିଷ୍ଠାର ସମ୍ପାଦକ ଅଶ୍ୱିନ ତ୍ରିପାଠୀ ଙ୍କର ଏହି ମହତ କାର୍ୟ୍ଯ ଅନ୍ୟ ମାନଙ୍କୁ  ନିଶ୍ଚିତ ଭାବରେ ପ୍ରେରଣା ଦେବା ଶ୍ରୀ ତ୍ରିପାଠୀ ଙ୍କର ଏହି କାର୍ଯ୍ୟ ପାଇଁ ଆଜି  ବିଭିନ୍ନ ମହଲରୁ ଅନେକ ପ୍ରଶଂସା ମିଳୁଛି ।

Leave A Reply

Your email address will not be published.