ଭୁବନେଶ୍ୱର(ଶାସକ ପ୍ରଶାସକ) : ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳ ମନୋଜ ସିହ୍ନାଜୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ମନୋଜଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ସେ ନମ୍ର କିନ୍ତୁ ଅତ୍ୟନ୍ତ ବୁଦ୍ଧିମାନ, ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଅଭିଜ୍ଞ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଅତ୍ୟନ୍ତ ଯୋଗ୍ୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି। ନିକଟରେ ଶ୍ରୀ ସିହ୍ନା ଓ ଶ୍ରୀ ପଣ୍ଡା ଙ୍କୁ ମଣିପୁରରେ ଉପୁଜିଥିବା ରାଜନୈତିକ ସଙ୍କଟର ସମଧାନ ପାଇଁ ପାର୍ଟି ତରଫରୁ ଦାୟିତ୍ଵ ଦିଆଯାଇଥିବା ସମୟରେ ଉଭୟ ନେତା ମଣିପୁର ଗସ୍ତ କରିଥିଲେ ଏବଂ ମଣିପୁର ରାଜ୍ୟପାଳଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post