ଶ୍ରୀରାମ ଭୂମି ପୂଜନ ଉତ୍ସବ ଅବସରରେ ମିଷ୍ଟାନ୍ନ ବଣ୍ଟନ କରି ଶୁଭେଚ୍ଛା ଜଣାଇଲେ ମୁସଲମାନ ଯୁବକ ।

0

ବରଗଡ଼ (ଶାସକ ପ୍ରଶାସକ): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ରାମଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜା ହେବା ସହ ଶିଳାନ୍ୟାସ ଶେଷ ହୋଇଛି। ଦୀର୍ଘ ୫୦୦ ବର୍ଷର ବିବାଦ ଓ ୭ ଦଶନ୍ଧିର ଅଦାଲତ ଲଢ଼େଇ ପରେ ହିନ୍ଦୁ ଧର୍ମର ବିଶ୍ୱାସ ଓ ଆସ୍ଥାର ପ୍ରତୀକ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଭବ୍ୟ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ଅଯୋଧ୍ୟାରେ ହୋଇଛି ଭବ୍ୟ ଆୟୋଜନ।କରୋନା କଟକଣା ଯୋଗୁଁ ଏହି ଗୋଟିଏ ସ୍ଥାନରେ ଅଧିକ ଜନସମାଗମ ହୋଇନଥିଲେ ମଧ୍ୟ ଦେଶର କୋଣ ଅନୁକୋଣରେ ଶ୍ରୀରାମଙ୍କ ଭକ୍ତ ମାନେ ଉତ୍ସାହର ସହିତ ନିଜ ନିଜ ଅଞ୍ଚଳରେ ଥିବା ରାମ ମନ୍ଦିର ମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। 

            ସେହିପରି ଏକ ରାମ ଭକ୍ତ ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳରେ । ସେ ରାମ ଭକ୍ତ ହେଉଛନ୍ତି ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ।  ଶ୍ରୀରାମ ମନ୍ଦିର ଭୂମି ପୂଜନ ଅବସରରେ ପାଇକମାଲର ମୁସଲମାନ ସମ୍ପ୍ରଦାୟର ଯୁବକ ମୁଜଫର ହୁସେନ ପାଇକମାଲର ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି । ମିଷ୍ଟାନ୍ନ ପ୍ୟାକେଟରେ “ଭାଇଚାରା କା ପ୍ୟାର ରାମ ଲଲ୍ଲା ହମାରା” ଲେଖି ଏକ ଭାଇଚାରାର ବାର୍ତ୍ତା ଦେଇଥିଲେ । ଏହା ସହ ବିଭିନ୍ନ ଲୋକଙ୍କୁ ଏହି ପବିତ୍ର ଭୂମି ପୂଜନ ଅବସରର ଶୁଭେଚ୍ଛା ସହ ମିଷ୍ଟାନ୍ନ ଖୁଆଇ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.