“ସଂସ୍କୃତି ଚର୍ଚ୍ଚା’ ଲୋକାର୍ପିତ

0

  ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ “ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି |  ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ “ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଦତ୍ତ ବକ୍ତବ୍ୟ ସନ୍ନିବିଷ୍ଟ ଏହି ସଂକଳନ ଛାତ୍ରଛାତ୍ରୀ, ବିଦ୍ୱାନ, ଗବେଷକ ଓ ସଚେତନ ସଂସ୍କୃତିପ୍ରେମୀମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥିମାନେ ଆଶାପ୍ରକଟ କରିଥିଲୋ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ, ଲିପ୍ସା ଦାସ, ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୁଲେମାନ୍ ଅଲ୍ଲିଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ | 

Leave A Reply

Your email address will not be published.