ଅନଲାଇନରେ  ସଂରକ୍ଷଣ ହେବ ରବିନ୍ଦ୍ର, ଉତ୍କଳ ଓ ଭଞ୍ଜକଳା ମଣ୍ଡପ

0

ଭୁବନେଶ୍ୱର,(ଶାସକ ପ୍ରଶାସକ) ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱରର ତିନୋଟି ମଣ୍ଡପ- ରବିନ୍ଦ୍ରମଣ୍ଡପ, ଉତ୍କଳମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସଂରକ୍ଷଣ ଅନ୍ଲାଇନରେ  ହୋଇପାରିବା  ସ୍ଥାନୀୟ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ଅନ୍ଲାଇନ୍ ବୁକିଂ ବ୍ୟବସ୍ଥାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତିା ସେ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ବିଭାଗକୁ ଅଧିକ କ୍ରିୟାଶୀଳ ଓ ଚଳଚଞ୍ଚଳ କରାଯିବାକୁ ଉଦ୍ୟମ ଅବ୍ୟାହତ ରହିଛିା ଏହି ତିନୋଟି ମଣ୍ଡପର ସଂରକ୍ଷଣ ପାଇଁ ଏବେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ଅଯଥା ଧାଁଦଉଡ଼ କରିବାକୁ ପଡ଼ିବ ନାହିାଁ ଯେକୌଣସି ସ୍ଥାନରେ ରହି ଅନ୍ଲାଇନ୍ ସଂରକ୍ଷଣ କରାଯାଇପାରିବ ଓ ଏହା ଫଳରେ କାର୍ଯ୍ୟ ସଂପାଦନ ସହଜ ଓ ଉପାଦେୟ ହୋଇପାରିବ ବୋଲି ସେ ଆଶାପ୍ରକାଶ କରିବା ସହିତ ଏହି କାର୍ଯ୍ୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହାୟତା ଯୋଗାଇ ଦେଇଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲୋ

କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ରୁମା ଦେ, ନେଟଓ୍ୱାର୍କ-୧ ମହାପ୍ରବନ୍ଧକ ଶ୍ରୀ ସି.ଏଲ୍.ଏନ୍ ଚାର୍ଯ୍ୟୁଲୁ ଏବଂ ଜାତୀୟ ସୂଚନା କେନ୍ଦ୍ରର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ବିଭୁ ପ୍ରସାଦ ମିଶ୍ର ବକ୍ତବ୍ୟ ରଖି ଅନ୍ଲାଇନ୍ ବ୍ୟବସ୍ଥାର ସୁଦକ୍ଷ ପରିଚାଳନା ଓ ନିରପେକ୍ଷତା ବଜାୟ ରଖି ବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଏହି ବ୍ୟବସ୍ଥାରେ ମଧ୍ୟ ପ୍ରେକ୍ଷାଳୟ ଦେୟ ଷ୍ଟେଟ୍ ବ୍ୟାଙ୍କର ଇ-ପେ ମାଧ୍ୟମରେ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲୋ କାର୍ଯ୍ୟକ୍ରମ ଆରମ୍ଭରେ ନିର୍ଦ୍ଦେଶକ ଶ୍ରୀ ନାୟକ ବିଭାଗର ଏପରି ଅଭିନବ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ନିମନ୍ତେ ଅନୁରୋଧ ଜଣାଇଥିଲୋ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲୋ

Leave A Reply

Your email address will not be published.