ରେଙ୍ଗାଳପାଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦେହାନ୍ତ

0

ଧର୍ମଗଡ /ସୁଶାନ୍ତ ରାଉତ :  କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟପୂଝାରୀଙ୍କ ହଠାତ ଦେହାନ୍ତ ଖବର କୋକସରା ବ୍ଲକ ର ସମସ୍ତ କର୍ମଚାରୀ ଓ କାର୍ଯ୍ୟରତ  ଥିବା ରେଙ୍ଗାଲପାଳି ଓ ଡହ ଗାଁ ପଞ୍ଚାୟତ ଅଞ୍ଚଳରେ ଆଶ୍ଚର୍ଯ୍ୟ ଚକିତ କରିବା ସଙ୍ଗେ ଶୋକର ଛାୟା ଖେଳେଇ ଦେଇଛି | 

ସୂଚନା ଅନୁସାରେ  ନିଜ  ଗାଁ ମୂଖିଗୁଡା (ଧର୍ମଗଡ଼ ବ୍ଲକ )ଆଜି ସକାଳୁ   ଶୌଚ ହେବା ପାଇଁ ଯାଇ ଫେରୁଥିବା ସମୟରେ ହଠାତ ଘର ପାଖରେ  ଝୁଣ୍ଟି ପଡି ବାରୁ ଘର ଲୋକ ଉଦ୍ଧାର କରି  ଅଚେତ ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟ ଧର୍ମଗଡ଼କୁ ଆଣି ଚିକିତ୍ସା କରୁଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l 

ଜଣେ କର୍ମଠ ଓ ଦାୟିତ୍ୱବାନ ପଞ୍ଚାୟତ ଅଧିକାରୀ ଭାବେ ବ୍ଲକ ରେ  ତାଙ୍କର ସୁନାମ ଥିଲା l ଲୋକଙ୍କ ସମସ୍ୟା କୁ ସରକାରୀ ସ୍ତରରେ ଯଥା ସମ୍ଭବ ସମାଧାନ କରୁଥିଲେ l ପଞ୍ଚାୟତ ଅଧିକାରୀ ଭାବେ 5 ବର୍ଷ ର କାର୍ଯ୍ୟକାଳ ମଧ୍ୟରେ ପ୍ରଥମେ ରେଙ୍ଗାଳପାଳି ଓ ଅତିରିକ୍ତ ଦାଇତ୍ୱରେ ଡହ ଗାଁ ପଞ୍ଚାୟତ ଦାଇତ୍ୱ ରେ ଥିଲେ l ଏଭଳି ଜଣେ କର୍ମଠ ଓ ଦାୟିତ୍ୱ ପରାୟଣ କର୍ମଚାରୀ ଙ୍କୁ ହରେଇ ବ୍ଲକ ର ଜି ଆର ଏସ, ପି ଇ ଓ, ଓ କାର୍ଯ୍ୟରତ ଥିବା ଅଞ୍ଚଳ ର ଲୋକ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.