ବ୍ରଜରାଜନଗରରେ ଭୁଜାଲି ମାଡ଼ : ଦୁଇ ଯୁବକ ଆହତ

0

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା :-ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗା ନଗର ଅଞ୍ଚଳରେ ଦୁଇ ଜଣ ଯୁବକ ଭୁଜାଲି ମାଡ଼ରେ ଆହାତ। ସୂଚନା ଅନୁଯାୟୀ, ଆଜି ପ୍ରାୟ ସନ୍ଧ୍ୟା 4.30 ସମୟରେ ଜଣେ ବ୍ୟକ୍ତି ଅନ୍ୟ ଦୁଇ ଜଣ ବ୍ୟକ୍ତି ଙ୍କ ସହିତ ଖୁବ ଯୁକ୍ତି ତର୍କ ଚାଲିଥିଲା ସମୟରେ ସେହି ବ୍ୟକ୍ତି ଜଣଙ୍କ ଅନ୍ୟ ବ୍ୟକ୍ତି ମାନଙ୍କୁ ଭୁଜାଲି ରେ ଆକ୍ରମଣ କରିଥିଲେ, ସେଥିରେ କାଳିଆ ଜେନା ବୟସ ୨୮ଙ୍କ ବେକ ଓ ହାତ ରେ ଭୁଜାଲି ମାଡ ହୋଇ ଥିଲା।ସେଠାକାର ସ୍ଥାନୀୟ ଲୋକମାନେ ଆଘାତ ପାଇ ଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମଣ୍ଡାଳିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ଏବଂ ପରେ କାଳିଆ ଜେନା ଙ୍କୁ ଡି.ଏଚ.ଏଚ.କୁ ସ୍ଥାନାନ୍ତର କରାଯାଇଥିଲା।ତାପରେ ଆକ୍ରମଣ କରି ଥିବା ବ୍ୟକ୍ତି ସେ ସ୍ଥାନକୁ ଛାଡି ଫେରାର ହୋଇ ଯାଇଥିଲା।ପରେ ସୂଚନା ପାଇ ବ୍ରଜରାଜନଗର ପୋଲିସ ଆକ୍ରମଣ କରି ଥିବା ବ୍ୟକ୍ତି କୁ ଧରିଥିଲା।

Leave A Reply

Your email address will not be published.