ସମ୍ବଲପୁରୀ ଦିନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ‘ଏଇଟା ଜୀବନ ଭି’ ତରଫରୁ ସମ୍ବଲପୁରୀ ଦିବସ ପାଳନ

0

ଝାରସୁଗୁଡ଼ା (ସୁଭାଷ ସହାରେ): ସମ୍ବଲପୁରୀ ଦିନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ‘ଏଇଟା ଜୀବନ ଭି’ ତରଫରୁ ସମ୍ବଲପୁରୀ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ ସରବାହାଲସ୍ଥିତ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ପରିସରରେ କରାଯାଇଥିଲା। ଝାରସୁଗୁଡ଼ା ରକ୍ତ ଭଣ୍ଡାରରେ ଆବଶ୍ୟକ ଭାବରେ ରକ୍ତ ଉପଲବ୍ଧ ହୋଇ ପାରୁ ନ ଥିବାରୁ ଆଜି ଦିନ ଭିତରେ ୩୦ ୟୁନିଟ ରକ୍ତ ସଂଗ୍ରହ କରି ଏଠାରେ  ଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଶିବିରରେ ତାପସ ରାୟ ଚୌଧୁରୀ, ରମେଶ ଗାନ୍ଧୀ, ରାଜେଶ ପାଢ଼ୀ, ପ୍ୟାରେଲାଲ ଶ୍ରୀବାସ୍ତବ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ଗୁରଫାନ ଖାନ, ହରମିତ ସିଂ, କହ୍ନୈୟାଲାଲ ଗୋୟେଙ୍କା, ଶ୍ରୀମତୀ ରେଣୁ ତିୱାରି ,ଶ୍ରୀମତି ସଂଯୁକ୍ତା ପଟେଲ, ଶ୍ରୀମତୀ ପୁଷ୍ପାଞ୍ଜଳି ପ୍ରଧାନ, ଶ୍ରୀମତୀ ଭାବନା ବର୍ମା, ଶ୍ରୀମତୀ ମଞ୍ଜୁଳା ବେହେରା ପ୍ରଭୃତି ଉପସ୍ଥିତ ଥିଲେ।ଉଦ୍ଘାଟନ ଉତ୍ସବରେ ଶ୍ରୀମତୀ ମାନସି ପଣ୍ଡା ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମଟି ଡଃ ସେଲାବନ୍ତି ଜୋଜୋ, ବ୍ଲଡ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ତତ୍ତ୍ବାବଧାନରେ ହୋଇଅଛି।

Leave A Reply

Your email address will not be published.