ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦିବେଶ। 

0

ଝାରସୁଗୁଡ଼ା (ସୁଭାଷ ସହାରେ):ନଦୀର ସୁଅ ଯେତେ ପ୍ରଖର ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିକୂଳ ପରିସ୍ଥିତିକୁ ହରାଇବାର ଲକ୍ଷ୍ୟ ଯାହାକୁ ମଧ୍ୟ ସଫଳତା ପାଇବାରୁ ଅଟକାଇ ପାରେ ନାହିଁ ବୋଲି ପ୍ରମାଣିତ କରିଦେଲେ   ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ୯୦ ଶତକଡ଼ା ନମ୍ବର ରଖି ଝାରସୁଗୁଡ଼ା ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଲଇକେରା ହାଇ ସ୍କୁଲର ଛାତ୍ର ଦିବେଶ। ବାଲ୍ୟକାଳରୁ ଗୋଟିଏ ପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିବା ସତ୍ତ୍ୱେ ନିଜକୁ ଦୃଢ଼ କରି ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଚାଲିଲେ ଦେବେଶ। ଜାନୁଆରୀ ୨୧ ତାରିଖ ୨୦୧୮ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ନିଜ ପିତାଙ୍କୁ ଓ ସେହି ବର୍ଷ ଫେବୃଆରୀ ମାସ ୧୬ ତାରିଖରେ ଏକ ହୃଦଘାତରେ ନିଜ ମାଆଙ୍କୁ ହରାଇଥିଲେ ଦିବେଶ ବେହେରା। 

ଲଇକେରା ବ୍ଲକର ନିଣ୍ଡିମାଲ ହାଇ ସ୍କୁଲରେ ପାଠ ପଢ଼ି ୫୯୧ ମାର୍କ ରଖି ଏ -୧  ଗ୍ରେଡ ରଖି ଉତ୍ତୀର୍ଣ୍ଣ ହୋଇଥିବା ଦିବେଶ ପୋଖରାସାହ୍ଲେ ସ୍ଥିତ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ବାପା ଓ ମାଁ ଉଭୟଙ୍କ ମୃତ୍ୟୁ ପରେ ନିଜ ଗ୍ରାମ ଯୋଗିଆଡିହି ଛାଡ଼ି ସେ ମାମୁଁଘରେ ରହି ଆସୁଥିଲେ। ବାପା ମାଁ ଉଭୟଙ୍କ  ମୃତ୍ୟୁ ତାଙ୍କ ପରିବାର ନିମନ୍ତେ ସବୁଠାରୁ ବଡ଼ ଆଘାତ ଥିଲା। ମାତ୍ର କୋମଳମତି ହୃଦୟ ଦିବେଶ ଏହାକୁ ସହ୍ୟ କରି ନିଜ ମାମୁଁ ଓ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରେରଣା ବଳରେ ଦିନକୁ ଦୁଇ ଘଣ୍ଟାଟ ଟିଉସନ ଓ ୧୦ ଘଣ୍ଟାର ସ୍ବାଧ୍ୟାୟ ବଳରେ ଏହି କୃତିତ୍ବ ହାସଲ କରିଛନ୍ତି। ମାତ୍ର ହିନ୍ଦିରେ ୧୦ ମାର୍କ କମିଯିବାରୁ ଦୁଃଖ ପ୍ରକାଶ କରନ୍ତି ଦିବେଶ। ତେବେ ଆଗାମୀ ସମୟରେ ସେ ଜଣେ ଆଇଏଏସ୍ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି। ନିଜ ପରିବାର ଓ ବିଦ୍ୟାଳୟ ପାଇଁ ସୁନାମ ଆଣି ଦେଇଥିବା ଦିବେଶ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟନ୍ତି।

Leave A Reply

Your email address will not be published.