ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା ଜିଲ୍ଲା ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ସମ୍ବଲପୁରୀ ବସ୍ତ୍ର କୁ ଡ୍ରେସ କୋଡ଼ ଘୋଷଣା କାର୍ଯ୍ୟକାରୀ କରାଯାଉ ବୋଲି ଆଜି ବିଜେପି ଯୁବ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିମଳେନ୍ଦୁ ଭୋଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କୁ ଇମେଲ ମାଧ୍ୟମରେ ଦାବିପତ୍ର ଜଣେଇବା ସହ ଆମେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଦାବି ଜଣାଉଛୁ ଯେ ଆଗାମୀ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦୀବସ ରୂପେ ପାଳନ କରୁ ।ହେଲେ ଏହି ଅବସରରେ ଓଡିଶା ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସମ୍ବଲପୁରୀ ବସ୍ତ୍ର ଡ୍ରେସ କୋଡ଼ ଭାବରେ ବ୍ୟବହାର ପାଇଁ ଘୋଷଣା କରାଯାଉ ।ଯାହାଦ୍ୱାରା ପ୍ରକୃତ ସମ୍ବଲପୁରୀ ତଥା ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଜୀବିତ ରହିବା ସହ ସମ୍ବଲପୁରୀ କାରିଗର ନିଜର ରୋଜଗାର ବଞ୍ଚେଇପାରିବେ ଓ ଦେଶ ବିଦେଶ ରେ ମଧ୍ୟ ଏହାର ଚାହିଦା ରହିଛି ଯାହା ଦ୍ୱାରା ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ନିଜର ଦାବିପତ୍ର ରେ ଜଣେଇଛନ୍ତି ଏହି ଦାବିପତ୍ର ର ଏକକି ନକଲ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କୁ ଏବଂ ଅନ୍ୟ ଏକ ନକଲ ଶ୍ରୀ ମଙ୍ଗଳ ସାହୁ ଜିଲ୍ଲା ସଭାପତି ଝାରସୁଗୁଡ଼ା ଦିଆ ଯାଇଛି ।ଜିଲ୍ଲା ରେ ଏହିପରି ପ୍ରୟାସ ପ୍ରଥମ କରି ଥିବା ଯୁବ ବିଜେପି ନେତା ବିମଳେନ୍ଦୁ ଭୋଳ ଙ୍କୁ ସମସ୍ତ ଝାରସୁଗୁଡା ବାସୀଙ୍କ ତରଫରୁ ସ୍ୱାଗତ ଜଣେଇବା ସହ ପ୍ରସଂସା ମିଳିଥିବାର ଦେଖଜାଇଛି |
Sign in
Sign in
Recover your password.
A password will be e-mailed to you.