ଝାରସୁଗୁଡା/ସୁବାଷ ସାହାରେ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ବନ୍ଧପାଳି ପଞ୍ଚାୟତ ଠାକୁରପଡା ଗ୍ରାମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦ୍ବାରା ଗୁରବାର ଦିନ ୭୧ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ଝାରସୁଗୁଡ଼ା ବନାଞ୍ଚଳ ଅଧିକାରୀ ଲଳିତ ପାତ୍ର, ଏସିଆର ବାସିଲ ବାର୍ଲା, ବାଗଡିହି଼ ରେଞ୍ଜର ବ୍ରଜମୋହନ ପଟ୍ଟନାୟକ ସହ ଗ୍ରାମର ଶୋଭନ ମେମୋରିଆଲ କ୍ଳବ ସଭାପତି ଘନଶ୍ୟାମ ଚୌଧୁରୀ, ସମ୍ପାଦକ ଅଜିତ କୁମାର ବିଶ୍ବାଳ, ନରୋତ୍ତମ ଡନସନା, ଯୋଗେନ୍ଦ୍ର ଭୋଏ, ବୈକୁଣ୍ଠ ପ୍ରଧାନ, ବିଭୁତି ବିଶ୍ବାଳଙ୍କ ସହ ଅନେକ ଯୁବକଯୁବତୀ ଓ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଶାଗୁଆନ, ନିମ୍ବ, ପିଜୁଳି, ଶିଶୁ ସହ ଅନ୍ୟାନ୍ୟ ଗଛ ବୃକ୍ଷରୋପଣ କରାଯାଇଥିଲା । ସମୁଦାୟ ୨୪ ଶହ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବାଗଡିହି ବନବିଭାଗ ଫରେଷ୍ଟର ଆଶାରାଣୀ ବେହେରା, ସୁନାଦେଇ ବହେରା, ସୁରେଶ କୁମାର ତରେଇ, ଗୀତାଞ୍ଜଳି ପ୍ରଧାନ, ଲିଙ୍ଗରାଜ ପାଣିଗ୍ରାହୀ ସହ ସାମ୍ବାଦିକ ଅଜୟ କୁମାର ଶର୍ମା ଓ ଡିଲେଶ୍ବର ବାଗ ବୃକ୍ଷରୋପଣ କରିବା ସହିତ ଅତିଥୀ ତଥା ଯୁବକଯୁବତୀ, ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post