ଦୁଇଟି ଗ୍ରାମୀଣ ଶିଶୁ ଉଦ୍ୟାନ ପାଇଁ ଭୂମି ପୂଜନ କଲେ ଉପଜିଲ୍ଲାପାଳ

0

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ ଦୁଇଟି ଗ୍ରାମୀଣ ଶିଶୁ ଉଦ୍ୟାନ ପାଇଁ ଭୂମି ପୂଜନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରୱାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ତାଲପାଲି ଗ୍ରାମ ପଞ୍ଚାୟତର ତାଲପାଲି ଠାରେ ଦଶ ଲକ୍ଷ ଏବଂ ଜନକେଡା ଗ୍ରାମରେ ଥିବା ଗୋପବନ୍ଧୁ ବଧିର ତଥା ଅନାଥ ଆଶ୍ରମରେ ଆଠଲକ୍ଷ ଅଟକଳ ମୁଲ୍ୟର ଦୁଇଟି ଗ୍ରାମୀଣ ଶିଶୁ ଉଦ୍ୟାନକୁ ଅତିଥି ଭାବରେ  ଉପଜିଲ୍ଲାପାଳ  ତନ୍ମୟ କୁମାର ଦରୱାନ,ବିଡିଓ ନିରଞ୍ଜନ ସା ଏବଂ ତହସିଲଦାର ପୁଷ୍ପକ ପ୍ରଧାନ ଯୋଗଦାନ କରି ନାରିକେଲ ଭାଙ୍ଗି ଭୂମି ପୂଜନ କରିଥିଲେ।ଉକ୍ତ ଭୂମି ପୂଜନ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସାହୁ, ଇ.ଓ ପାଣ୍ଡବ ନନ୍ଦ,ଜି.ଆର.ଏସ.  ସୁଦର୍ଶନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜନକେଡା ଆଶ୍ରମରେ ଶିଶୁ ଉଦ୍ୟାନର ଭୂମି ପୂଜନ ପାଇଁ ଯାଇଥିବା ସମୟରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରୱାନ ସେଠାରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସୁବିଧା ଏବଂ ଅସୁବିଧା ବିଷୟରେ ଅବଗତ ହେବାସହ ଛାତ୍ରଛାତ୍ରୀ ମାନଙ୍କୁ ଖାଇବାପାଇଁ  ଦିଆଯାଉଥିବା ଡାଲି,ତେଲ,ଚାଉଳ ଏବଂ ପାନୀୟ ଜଳକୁ ତଦାରଖ କରିବା ସହ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ।

Leave A Reply

Your email address will not be published.