ସାଢେ ୮ ଟଙ୍କା କମିଲା ଡିଜେଲ ଦର

0

ଡିଜେଲ ଉପରେ ଦିଲ୍ଲୀ ସରକାର କମାଇଲେ ଭାଟ

ନୂଆଦିଲ୍ଲୀ: ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ୍ ଡିଜେଲ ଉପରେ ଭାଟ୍ ୩୦% ରୁ ୧୬.୭୫% କୁ ହ୍ରାସ କରିଛନ୍ତି | ଫଳରେ ଡିଜେଲ ମୂଲ୍ୟ ଲିଟର ପିଛା   82 ଟଙ୍କା ବଦଳରେ ୭୩.୬୪ ଟଙ୍କାକୁ କମିଛି | ଅର୍ଥାତ ଡିଜେଲ ଦର ଲିଟର ପିଛା 8.36 ଟଙ୍କା ହ୍ରାସ ପାଇବ।

ବୈଠକରେ ଅଧ୍ୟକ୍ଷତା କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରେ ଏକ ଭର୍ଚୁଆଲ ସମ୍ମିଳନୀରେ କହିଛନ୍ତି ଯେ ଏହି ପଦକ୍ଷେପ ଦିଲ୍ଲୀର ଅର୍ଥନୀତିରେ ସହାୟକ ହେବ। ଅର୍ଥନୀତିକୁ ପୁନର୍ଜୀବିତ କରିବା ଏକ ଗୁରୁତର ଆହ୍ବାନ |  କିନ୍ତୁ ଲୋକଙ୍କ ସହଯୋଗରେ ଏହା ଆହ୍ୱାନକୁ ମଧ୍ୟ ସଫଳତାର ସହ ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.