ସାରାଦେଶରେ ଆଜି ୪୭,୭୦୪ କୋଭିଡ ପଜିଟିଭ, ଯାଇଛି ୬୫୪ ଜୀବନ 

0

ଲଗାତାର ଦ୍ଵିତୀୟ ଦିନ ପାଇଁ ହୋଇଛି ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା 

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୭,୭୦୪ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣଙ୍କ ମୃତ୍ୟୁ ହୋଇଛି |  ଲଗାତାର ଦ୍ଵିତୀୟ ଦିନ ପାଇଁ ଦେଶରେ ୫ଲକ୍ଷରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୪,୮୩,୧୫୭ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୪,୯୬,୯୮୮ ଜଣ | ଏ ଯାବତ ଦେଶରେ ୯,୫୨,୭୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୩, ୪୨୫ରେ ପହଂଚିଛି | 

ଅନ୍ୟ ପକ୍ଷରେ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୬୪.୨୩%କୁ ବୃଦ୍ଧି ପାଇଛି | ସୁସ୍ଥ ଓ ମୃତ୍ୟୁ ଅନୁପାତ ୯୬.୬ % : ୩ .୪ % ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି  |,

 ତଥ୍ୟ ଅନୁଯାୟୀ , ଲଗାତାର ଦ୍ଵିତୀୟ ଦିନ ପାଇଁ ହୋଇଛି ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା | ୨୬ ତାରିଖରେ  ୫,୧୫,୦୦୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତକାଲି ଅର୍ଥାତ ୨୭ ତାରିଖରେ ୫,୨୮,୦୦୦ ନମୁନା ପରୀକ୍ଷା ହୋଇଥିବା ଜଣାପଡିଛି | 

Leave A Reply

Your email address will not be published.