କୁଡ଼ାପଡ଼ାର ଯୁବକମାନଙ୍କ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟ 

0

ଝାରବନ୍ଧ  :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ମୁଖ୍ୟାଳୟ ସ୍ଥିତ  କୁଡ଼ାପଡ଼ାର ଯୁବକମାନଙ୍କ ଦ୍ୱାରା କୁଡ଼ାପଡ଼ା ଅଙ୍ଗନବାଡି ସାମ୍ନାର ଅଳିଆ ଆବର୍ଜନା ସଫା କରି, ଚାରି ଟ୍ରିପ ମୋରମ ଆଣି ସମତୁଲ  କରି, ସେଠାରେ ଥିବା ନଳକୂପର ଚାରିପାର୍ଶ୍ଵ ସଫାସୁତୁରା କରି ସିମେଣ୍ଟ କଂକ୍ରିଟ କରିଛନ୍ତି ଏବଂ ଚାକଦରହା ଡ୍ୟାମର କେନାଲ ହିଡରେ ଆମ୍ବ ଓ ଅନ୍ୟାନ୍ୟ ଫଳ ଗଛ ରୋପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଅନେକ ଦିନରୁ ଏହି ସ୍ଥାନରେ ଅଳିଆ ଆବର୍ଜନା ପଡିରହିଥିଲା । ଯେହେତୁ ସେହି ଅଙ୍ଗନବାଡି କେନ୍ଦ୍ରରେ ସ୍ଥାନୀୟ ଛୁଆ ମାନେ ପାଠ ପଢିବାକୁ ଯାଉଥିଲେ ସେଥିପାଇଁ ଯୁବକ ମାନେ ନିଜେ ଶ୍ରମଦାନ କରି ଅଙ୍ଗନବାଡି ଓ ସେଠାରେ ଥିବା ନାଳକୂପର ତଳକୁ କଂକ୍ରିଟ ଦେଇ ବ୍ୟବହାର ଉପଯୋଗୀ କରିଥିଲେ । ସ୍ଥାନୀୟ ଯୁବକ ମାନଙ୍କର ଏହି କାର୍ଯ୍ୟକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.