ଗୋଲାମୁଣ୍ଡାରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅଧୀନରେ ଥିବା ବଡଚେରଗାଁ ପଞ୍ଚାୟତ ସ୍ଥିତ କର୍ଲା ଗ୍ରାମର ଗଣ୍ଡାପଡାରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା | ଜାନୁଆରୀ ମାସରେ ମାଟି କାମ ଆରମ୍ଭ ହେଇ ଥିଲା ଓ କାମ ବି ଶେଷ ହେଇ ଯାଇ ଥିଲା ,କିନ୍ତୁ ବର୍ଷା ଦିନ ରେ ସ୍ଥିତି ଅତି ଶୋଚନୀୟ ଦେଖି ବାକୁ ମିଳିଛି, କର୍ଲା ଗ୍ରାମ ଗଣ୍ଡାପଡା ଠାରୁ ତେଲ ନଦୀ ପର୍ଯ୍ୟନ୍ତ 5,00000 ଟଙ୍କା ର ସିକୃତି ମିଳିଥିଲା କିନ୍ତୁ ଅଧରେ ରହିଗଲା କାମ। ବର୍ଷା ଦିନରେ ମାଟି ରାସ୍ତା ରେ ଯିବା ଆସିବା ବହୁତ୍ କଷ୍ଟକର ହୋଇ ପଡ଼ିଛି ଯିବା ଆସିବା ପାଇଁ । ଗଣ୍ଡା ପଡା ଦେଇ ତେଲ ନଦୀ ଦେଇ ଚାଷୀ ମାନେ ବହୁତ୍ ଯିବା ଆସିବା କରୁ ଛନ୍ତି ଚାଷୀ ମାନେ ବହୁତ୍ ହଇରାଣ ହେବା ସହ ବିପଦ ଖେରରେ ଚାଲିଛି ବୋଲି କହିଛନ୍ତି। ଏ ବିଷୟରେ ଠିକାଦାର ମାନଙ୍କୁ ବାରମ୍ବାର ଜଣାଇବା ସତ୍ତ୍ଵେ ମଧ୍ୟେ କିଛି ସୁଫଳ ମିଳି ପରୁ ନାହିଁ କି ଯେତେ କହିଲେ ମଧ୍ୟ ବଧିର ହୋଇଯାଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ଉଠୁଛି। ଏଠୀ ପ୍ରଶ୍ନ ଉଠିଛି ସାଧାରଣ ଲୋକ ତାଙ୍କ ହକ ରୁ ବଞ୍ଚିତ କାହିଁକି ହଉଛନ୍ତି , ସରକାରଙ୍କ ପାଖରୁ କଣ ଅର୍ଥ ପ୍ରଦାନ ହେଲାନି କି , ଯଦି ଅର୍ଥ ପ୍ରଦାନ ହେଇ ନ ଥିବ ତେବେ ମାଟି ରାସ୍ତା ହେଲା କେମିତି ଓ ମୁରୁମ୍ କାମ ହେଲାନି କାହିଁକି , ଗଣ୍ଡା ପଡା ର ଲୋକେ ଦାବି କରିଛନ୍ତି କି , କମ ଦିନରେ ଯଦି ମୂରୁମ୍ କାମ ନ ହେଇଛି ତେବେ ରାଜ ରାସ୍ତା କୁ ଓହ୍ଲାଇବ ପାଇଁ ଚେତାବନୀ ଦେଇଛନ୍ତି କର୍ଲା ଗ୍ରାମର ଗଣ୍ଡା ପଡାରେ ରହୁଥିବା ଲୋକମାନେ।
Sign in
Sign in
Recover your password.
A password will be e-mailed to you.