କାରଗିଲ ଦିବସ ଅବସରରେ ବୃକ୍ଷରୋପଣ 

0

ସମ୍ବଲପୁର-କୁଚିଣ୍ଡା,(ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା  ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କୋଭିଡ ମହାମାରୀ ସମସ୍ୟା ଭିତରେ ମଧ୍ୟ ଜୀବନ କୁ ସାମାନ୍ୟ କରିବା ପାଇଁ  ରଚନାତ୍ମକ କାର୍ଯ୍ୟକ୍ରମ ଜାରୀରହିଛି l ଆଜି କାରଗିଲ ଦିବସ ପାଳନ ଅବସର ରେ ଅଧ୍ୟକ୍ଷ ତଥା କୁଚିଣ୍ଡା ସାହିତ୍ୟ ଘର ସଭାପତି  ସୁବାସ ଚନ୍ଦ୍ର ନାୟକ ଙ୍କ ନେତୃତ୍ବରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ମାଳତୀ ଚୌଧୁରୀ ଙ୍କ ଆଜି ଜୟନ୍ତୀ ଅବସରରେ ମଧ୍ୟ ବୃକ୍ଷ ରୋପଣ ସହ ଅଧ୍ୟକ୍ଷ ଶ୍ରୀ ନାୟକ ମାଳତୀ ଦେବୀ ଙ୍କ ସୃତି ଚାରଣ କରିଥିଲେ। କୁଟୁରାଚୁଆଁ ଓ ସାତକମା ଗ୍ରାମରେ ବୃକ୍ଷ ରୋପଣ ରେ ସମୀନ‌ ନାୟକ, ଶ୍ଵେତା ପଟେଲ, ମୋୖସୁମୀ ତିଓ୍ଵାରୀ, ରୀତା ବଳୁଆ, ସୁଶ୍ରୀତା ରାଉତ, ପୂଜା ଵାଘ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହା ହେଉଛି ଅନୁଷ୍ଠାନର ପଂଚମ ପର୍ଯ୍ୟାୟ ବୃକ୍ଷ ରୋପଣ।

       

Leave A Reply

Your email address will not be published.