ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚି଼ହ୍ନଟ, ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪  

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )  ସମ୍ବଲପୁର  ଜିଲ୍ଲାରେ  କରୋନା ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଜାରୀ ହୋଇଛି ସଟ୍ ଡାଉନ୍ l ଆଜି ୧୦ ଦିନିଆଁ ସଟ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ ଦିନ ପୁଣି ଜ଼ିଲ୍ଲା ରେ ୧୭ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଚି଼ହ୍ନଟ ୧୭ ଜଣ ଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୯ ଜଣ ମହିଳା ରହିଛନ୍ତି l ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଆଜି ଚି଼ହ୍ନଟ ମାନଙ୍କ ମଧ୍ୟରେ ୬ ଜଣ ନାବାଳକ ରହିଛନ୍ତି l ଚି଼ହ୍ନଟ ଙ୍କ ମଧ୍ୟରେ ୧୦ ଜଣ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ସମୟରେ  ଚି଼ହ୍ନଟ ହୋଇ ଥିବା ପ୍ରଶାସନ ସୂଚନା ଦେଇଛି l ଚି଼ହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଞ୍ଚଳ ରୁ ସମୁଦାୟ ୧୩ ଜଣ ରହିଥିବା ବେଳେ ରେଢ଼ାଖୋଲ ରୁ ୩ ଜଣ ଏବଂ କୁଚିଣ୍ଡା ରୁ ଜଣେ ରହିଛନ୍ତି l ରେଢ଼ାଖୋଲ ରୁ ଚି଼ହ୍ନଟ ୩ ଜଣ ଯାକ  ସହର ର ଖଣ୍ଡାଢିପ ର ବୋଲି ଜଣାଯାଇଛି l ସେମାନଙ୍କ ବୟସ  ୧୭ (ପୁରୁଷ ), ୧୩ (ମହିଳା ) ଓ ୩୬ (ପୁରୁଷ) ରହିଛି l କୁଚିଣ୍ଡା  ରୁ ଚି଼ହ୍ନଟ ଜଣଙ୍କ ବୟସ ୩୨(ପୁରୁଷ) ହୋଇଥିବା ବେଳେ ସେ ସହର ର ୱାର୍ଡ ନମ୍ବର ୪ ଅନ୍ତର୍ଗତ  ନର୍ସରୀପଡା ବାସିନ୍ଦା l  ମହାନଗର ନିଗମ ଅଂଚଳ ରୁ ଚି଼ହ୍ନଟ ମାନଙ୍କ ମଧ୍ୟରେ ସାକ୍ଷୀପଡା ରୁ ୨୧ (ମହିଳା), ଭତରା ରୁ ୨୭  (ମହିଳା ), ୪ (ମହିଳା) ଓ ୫୨ (ପୁରୁଷ), ଷ୍ଟେସନ ପଡା କ୍ଷେତରାଜପୁର ରୁ ୧୪ (ପୁରୁଷ), ବଡ଼ବଜ଼ାର ରୁ ୫୫ (ମହିଳା), ୨୨ (ମହିଳା), ବୁଢାରଜା ରୁ ୧୨ (ପୁରୁଷ),  ପାଞ୍ଚଗଛିଆ ତଳିପଡା ରୁ ୧୬ (ପୁରୁଷ),  ଗୌଡ଼ପାଲି ବୁର୍ଲା ରୁ ୩୫ (ମହିଳା),  ବରେଇପାଲି ରୁ ୨୫ (ପୁରୁଷ) ଏବଂ କ୍ଷେତରାଜପୁର ରୁ ୭୨ (ପୁରୁଷ) ଓ ୫୦ (ମହିଳା) ଚି଼ହ୍ନଟ ହୋଇଛନ୍ତି l 

      ଆଜି ର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମ୍ବଲପୁର ରେ ଏଯାବତ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ୧୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୩୯ ଜଣ ସକ୍ରିୟ ରହିଛନ୍ତି ଓ କୋଭିଡ ହସ୍ପିଟାଲରରେ ସେମାନଙ୍କ ଚିକିତ୍ସା ଚାଲିଛି l ତେବେ କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ  ଙ୍କୁ ଆଜି  କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି  ଏବଂ ସମସ୍ତ  ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

 

       

Leave A Reply

Your email address will not be published.