ବଲାଙ୍ଗୀର,: ଜିଲ୍ଲାରେ ଆଜି ଓ ଆସନ୍ତା କାଲି ଧରି ଦୁଇଦିନ ଧରି ଜିଲ୍ଲା ପ୍ରଶାସନ ତରଫରୁ ସଟ ଡାଉନ ପ୍ରକିୟା ଜାରି ରହିଥିବା ବେଳେ।ଆଜି ପ୍ରଥମ ଦିନର ସଟ ଡାଉନରେ ସହର ମଧ୍ୟରେ ଏକ ହୃଦବିଦାରକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି।ଯେଉଁଥିରେ ଚନ୍ଦନ ଭାଟି ଗ୍ରାମର ରଜନୀ ସାହୁ ଙ୍କ ଅକାଲ ମୃତ୍ୟୁ ହୋଇଛି।ତେବେ ସୂଚନା ଅନୁସାରେ ଆଜି ସକାଳ ୧୧ ଟା ସମୟରେ ସ୍ୱାମୀ ସକି ସାହୁ ସ୍ତ୍ରୀ ରଜନୀ ସାହୁଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ କୁ ନେଉଥିବା ସମୟରେ ସ୍ଥାନୀୟ ଜିଲ୍ଲା ପାଳଙ୍କ କାର୍ୟଲୟ ସମ୍ମୁଖରେ ଦଶ ଚକିଆ ଭାରିଯାନ ପଛପଟୁ ଧକ୍କା ଦେଇଥିଲା।ଫଳରେ ରଜନୀ ସାହୁଙ୍କ ଗୋଡ଼ ସମୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା।ଓ ଘଟଣା ସ୍ଥଲରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।ତେବେ ଏଠି ପ୍ରଶ୍ନବାଚି ସୃଷ୍ଟି କରିଛି ଜନସାଧାରଣଙ୍କ ମଧ୍ୟରେ ପୋଲିସ କାର୍ଯ୍ୟଳୟ ର ଠିକ ନାକ ତଳେ ଘଟିଛି ଏହି ମର୍ମନ୍ତୁକ ସଡ଼କ ଦୁର୍ଘଟଣା।ତାହା ପୁଣି ପୋଲିସ ର କଡ଼ା ବ୍ୟବସ୍ଥା ମଧ୍ୟରେ ଯାହାକୁ ଲୋକେ ସହଜରେ ହଜମ କରିପାରୁନଥିବା ଭଳି ପରିସ୍ଥିତି ଘଟଣା ସ୍ଥଳରେ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post