ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଉତ୍କଳୀୟମ ଫାଉଣ୍ଡେସନ(ଭାରତ ) ପକ୍ଷରୁ ମାନବ ପ୍ରେମି ଆଦିତ୍ୟ ଦାସଙ୍କର ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ପ୍ରକାଶ କରିବା ପାଇଁ ସିବିଆଇ ତଦନ୍ତ କିମ୍ବା କମିସନରେଟ ପୋଲିସ ଓ ଜିଆରପିର ମିଲିତ ତଦନ୍ତ କରାଯିବା ଉଦ୍ଦେଶ୍ୟରେ ଜାତୀୟ ମାବାଧିକାର କମିଶନରଙ୍କ ପାଖରେ ମାମଲା ରଜୁ।ଘଟଣାର ସତ୍ୟାସତ୍ୟ ଲୋକ ଲୋଚନକୁ ଆସୁ ଓ ଦୋଷୀ ଦଣ୍ଡ ପାଉ। ଏଥି ପାଇଁ ସଂଗଠନର ଅଧ୍ୟକ୍ଷ ରାଜିବ ଲୋଚନ ପ୍ରଧାନ ଜାତୀୟ ମାବାଧିକାର କମିଶନର ନୂଆଁ ଦିଲ୍ଲୀଙ୍କ ପାଖରେ ମାମଲା ରଜୁ କରିଛନ୍ତି। (ଯାହାର କେଶ ଡାଏରି ନମ୍ବର-୧୧୪୭୬/ଇ ନ/୨୦୨୦)। ସୂଚନା ଯୋଗ୍ୟ ଯେ ଗତ ୬ ଜୁଲାଇ ରେ ଭୂବନେଶ୍ବର ଲିଙ୍ଗରାଜ ରେଳଷ୍ଟେସନରୁ ମାନବ ପ୍ରେମି ଆଦିତ୍ୟ ଦାସଙ୍କ ମୃତ ଶରୀର ଜିଆରପି ପୋଲିସକୁ ମିଲିଥିଲା। ଅନ୍ୟ କୁ ବଞ୍ଚିବା ଶିଖାଉଥିବା ଆଦିତ୍ୟଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।
Sign in
Sign in
Recover your password.
A password will be e-mailed to you.
Next Post