ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରୀକ ଭାବେ ଅଧିକ ସୁଦୃଢ ହୋଇପାରିବେ:କୈଳାସ ଚୌଧୁରୀ

0

ଭିଡିଓ କନଫରେନ୍ସରେ କୃଷକ ଉତ୍ପାଦନ ସଂଘ କର୍ମଶାଳାକୁ ସମ୍ଭୋଧିତ କଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ

ଭୁବନେଶ୍ୱର/ ଶାସକ ପ୍ରଶାସକ :କୃଷକ ଉତ୍ପାଦକ ସଂଘ ହେଉଛି(ଏଫ.ପି.ଓ)ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନାର ଏକ ଯୁଗାନ୍ତକାରୀ ତଥା ଲାଭଦାୟକ ସଂସ୍ଥାଭାବେ ପ୍ରତୀୟମାନ । ୨୦୨୨ ସୁଦ୍ଧା କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଯେଉଁ ଆହ୍ୱାନ ରହିଛି ତାହାର ଏକ ସ୍ୱତନ୍ତ୍ର ଲାଭକାରୀ ଦିଗ ହେଉଛି ଏଫ.ପି.ଓ । ଏହାଦ୍ୱାରା କୃଷକ,ଉତ୍ପାଦନକାରୀ ସଂଘ ଓ କୃଷି ବ୍ୟବସାୟୀଙ୍କ ମିଳିତ ଉଦ୍ୟମରେ ସରକାରଙ୍କ ପୋତ୍ସାହନରେ ଚାଷୀ ସ୍ୱାବଲମ୍ବୀ ହୋଇପାରିବ । ଏହା ସହ ଚାଷୀ ତାର ନିଜ ଉତ୍ପାଦନ ସାମଗ୍ରୀକୁ ସୁଲଭ ଉପାୟରେ ସହଜରେ ବିକ୍ରି କରିପାରିବ ଆତ୍ମନିର୍ଭର ହୋଇପାରିବ । କୃଷି ଭିତିଭୂମି ସୁଦୃଢ କରିବା କୃଷକକୁ ସର୍ବନିମ୍ନ ଲାଭପ୍ରଦ ମୂଲ୍ୟ ପ୍ରଦାନ କରିବାର ଗୁରୁଦାୟୀତ୍ୱ ବହନ କରିବ ଏଫ.ପି.ଓ । ନିଜ ନିଜ ଅଂଚଳରେ କୃଷକମାନଙ୍କୁ ସଙ୍ଗଠିତ କରି ଏକ ନିଦ୍ଧିଷ୍ଟ ଫସଲର ଉତ୍ପାଦନକାରୀଙ୍କୁ ନେଇ ନିଦ୍ଧିଷ୍ଟ ଉପôାଦନ ସଂଘ ଗଠନ କରାଯାଇ ପାରିବ ଏବଂ ଏହି ସଂସ୍ଥାକୁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ । ଯଦ୍ୱାରା ଚାଷୀ ଏଥିରୁ ଲାଭ ଉଠାଇପାରିବା ସଙ୍ଗେ ସଙ୍ଗେନିଜେ ସକ୍ଷମ ଏବଂ ଆତ୍ମନିର୍ଭର ହୋଇପାରିବ ।ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରୀକ ଭାବେ ଅଧିକ ସୁଦୃଢ ହୋଇପାରିବେବୋଲି ଭିଡିଓ କନଫରେନ୍ସରେ କୃଷକ ଉତ୍ପାଦନ ସଂଘ କର୍ମଶାଳାକୁ ସମ୍ଭୋଧିତ କରି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ କହିଛନ୍ତି । 

ଏଫ.ପି.ଓ ଗଠନ ଦ୍ୱାରା ଚାଷୀମାନେ ଆର୍ଥୀକ ଲାଭ ଉଠାଇପାରିବେ । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ୫ ବର୍ଷରେ ୧୦ ହଜାର ନୂତନ କୃଷକ ଉତ୍ପାଦନ  ସଂଘ ଗଠନ କରାଯିବା ଏକ ଯୁଗାନ୍ତକାରୀ ନିଷ୍ପତି ବୋଲି ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି । 

ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା କାର୍ଯ୍ୟ କରିଆସୁଛନ୍ତି । ଏଫ.ପି.ଓ ଗଠନ ଦ୍ୱାରା ଚାଷୀ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ପାଇବାରେ ସଫଳ ହୋଇପାରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । 

ଏହି ଭିଡିଓ କନଫରେନ୍ସ କର୍ମଶାଳାକୁ ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଧ୍ୟକ୍ଷତା କରିଥିଲେ । କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳଙ୍କ ସଂଚଳନାରେ ଆୟୋଜିତ ଉକ୍ତ କର୍ମଶାଳାରେ ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି କର୍ମଶାଳାରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ପ୍ରଫେସର ଶମ୍ଭୁ କୁମାର ଓ ସୁଗୁଣାକାର ରାଓ, ରାଜ୍ୟ କୃଷକ ମୋର୍ଚ୍ଚାର ସମସ୍ତ ପଦାଧିକାରୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେପି ନେତୃବୃନ୍ଦ, ରାଜ୍ୟର ଦୁଗ୍ଧ ଚାଷୀ, ପନିପରିବା ଚାଷୀ, ଗୋ ଚାଷୀ, କୁକୁଡା ଓ ପଶୁପାଳନ ଚାଷୀ, ଆଖୁ ଚାଷୀ, କୃଷି ସମବାୟବିତଙ୍କ ସମେତ ରାଜ୍ୟର ଶତାଧିକ ଚାଷୀ ଯୋଗ ଦେଇଥିଲେ । 

 

Leave A Reply

Your email address will not be published.