ପଦ୍ମପୁର- ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଶ୍ରୀ ଲଲିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇ ଥିଲା। ପଦ୍ମପୁର ରେଞ୍ଜର ଶ୍ରୀ ପ୍ରମୋଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ ରେଡକ୍ରସ୍ କାଉନସେଲର ଶ୍ରୀ ବିଦ୍ୟାଧର ଦାଶ ଏବଂ ରେଡକ୍ରସ୍ ଛାତ୍ର ପ୍ରତିନିଧି ଶ୍ରୀ ପୌଲସ୍ତ୍ୟ ସାହା ଏବଂ ଚନ୍ଦନ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଇ ଥିଲା। ପରିଶେଷ ରେ ଅଧ୍ୟକ୍ଷ ଶ୍ରୀ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.