ପଦ୍ମପୁର / ଶାସକ ପ୍ରଶାସକ : ବର୍ତ୍ତମାନ ସାରା ବିଶ୍ବ ରେ କରୋନା ର ଭୟାବହାତ ବଢ଼ିବାରେ ଲାଗୁଥିବା ବେଳେ ଭାରତରେ ମଧ୍ୟ ବର୍ତ୍ତମାନ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲାକଡାଉନ ଖୋଲିଥିଲେ ହେଁ କିଛିଟା କଟକଣା ଜନସାଧାରଣଙ୍କ ହିତ ସାଧନ ପାଇଁ ସରକାରଙ୍କ ଦ୍ୱାରା ପ୍ରସସ୍ଥ କରାଯାଇଛି। ଏହି ପରିସ୍ଥିତି ରେ ନିଜର ଦାୟିତ୍ୱ ନଭୁଲି କର୍ତ୍ତବ୍ୟପ୍ରରାୟଣତା ର ସହ ନିଜର ଦାୟିତ୍ୱ ବହନ କରୁଛନ୍ତି, ଦେଶ ର ପ୍ରଧାନମନ୍ତ୍ରୀ ସେହି ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ, ପୋଲିସ, ଆଙ୍ଗନୱାଡି କର୍ମୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରିଥିବା ବେଳେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ପଦ୍ମପୁର ର ୧୭ ଜଣ ଅଙ୍ଗନୱାଡ଼ି କର୍ମୀ ମନଙ୍କୁ ଗୋଡ଼ ଧୋଇବା ସହ ଉପାଧୋକାନ ଦେଇ ସମ୍ମାନିତ କରିଥିଲେ। ଏହି ସମୟରେ ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବରିଷ୍ଠ ନେତା ଅଶୋକ ମିଶ୍ର, ହରି ସିଂ, ସରୋଜ ମିଶ୍ର, ସୁବାଷ ପାତ୍ର, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର,ନରୋତ୍ତମଃ ପ୍ରଧାନ, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ହିତେଶ ଅଗ୍ରୱାଲ, ରାଜୀବ ବଗର୍ତ୍ତି, ଦିନେସ ବାରିକ, ଦୀପକ ବାରିକ, ନବକିଶୋର ମେହେର, ରାଜୁ ମହାରଣା କହ୍ନା ବାରିକ ପ୍ରମୁଖ କର୍ମୀ ଉପସ୍ଥିତ ରହି କରୋନା ଯୋଦ୍ଧ ଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post