କ୍ରିକେଟ ଖେଳି ଗଣିଲେ ୧୨ ହଜାର ତଣ୍ଡ 

0

ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ଲକ୍ ଡାଉନ୍ ଆଇନ ଉଲଙ୍ଘନ କରି ୨୪ ଜଣ ଖେଳାଳି ୧୨ ହଜାର ଟଙ୍କା ଜରିମାନା ଦେଇଥବା ଜଣା ପଡ଼ିଛି। ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ ବେଲ ଗାଁ ପଡ଼ିଆରେ କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ବହୁଲୋକ ଏକତ୍ରିତ ହୋଇ କ୍ରିକେଟ ମ୍ୟାଚ ଦେଖୁଥିବା ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପୋଲିସ ଫୋର୍ସ ସହ ଘଟଣା ସ୍ଥଳକୁ ଯାଇଥିଲେ। ପୋଲିସ ଆସିବା ଜାଣି ଖେଳାଳି ଓ ଖେଳ ଦେଖୁଥିବା ବ୍ୟକ୍ତିମାନେ ଦୌଡ଼ି ପଳେଇ ଥିଲେବି ପୋଲିସ କୌଶଳ କ୍ରମେ ୨୪ ଜଣ କ୍ରିକେଟ ଖେଳାଳିଙ୍କୁ ଧରିବାରେ ସଫଳ ହୋଇଥିଲେ। ପୋଲିସ ୨୪ ଜଣ ଖେଳାଳିଙ୍କୁ ଥାନାକୁ ନେଇ ପ୍ରତ୍ୟେକଙ୍କ ଠାରୁ ପାଞ୍ଚ ଶହ ଟଙ୍କା ଲେଖାଏଁ ୧୨ ହଜାର ଟଙ୍କା ଜରିମାନା ଆଦାୟ କରି ଖେଳାଳିଙ୍କୁ ଛାଡିଥିଲେ। ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ପ୍ରତିଦନ ତିନି ଅଙ୍କ ହେଉଥିବା ବେଳେ ସରକାର ଗଞ୍ଜାମ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବା ବେଳେ ଯୁବଗୋଷ୍ଠୀ ସାମାଜିକ ଦୂରତା ଅମାନ୍ୟ କରି ଏକାଠି ହେବା ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି। ଗଞ୍ଜାମ ଜିଲ୍ଲାର ସମସ୍ତ ଜନସାଧାରଣ ସମ୍ପୂର୍ଣ୍ଣ ସଚେତନ ନହେଲେ କରୋନା ମହାମାରୀ ତାର କାୟା ବିସ୍ତାର କରି ବ୍ୟାପକ କ୍ଷତି ଘଟାଇବା ସମ୍ଭାବନା ରହିଛି। ଯୁବଗୋଷ୍ଠୀ “ତଣ୍ଡ ଗଣିବୁ ପଛେ ନିଶ୍ଚିତ ଖେଳୁବୁ” ମନୋଭାବ ତ୍ୟାଗକରି ଗଞ୍ଜାମ ଜିଲ୍ଲାକୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଲକ୍ ଡାଉନ୍ ନିୟମକୁ ମାନି ଜିଲ୍ଲାକୁ କରୋନା ମୁକ୍ତପାଇଁ ପ୍ରତିଜ୍ଞା ବଦ୍ଧ ହେବାର ସମୟ ଆସିଛି।

Leave A Reply

Your email address will not be published.