ସ୍ୱାଧୀନତା ସଂଗ୍ରାମୀ  ଦେବାନନ୍ଦ ଗୁପ୍ତାଙ୍କୁ ଭେଟିଲେ ରେଙ୍ଗାଲି ବିଧାୟକ ଏବଂ ଜ଼ିଲ୍ଲା ପରିଷଦ ସଭାପତି 

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୪) ଙ୍କ ସମେତ ରାଜ୍ୟ ର  ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ରେ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

   ଏହି ପରିପେକ୍ଷୀରେ ଆଜି  ରେଙ୍ଗାଲି ବିଧାୟକ ନାଉରି ନାୟକ ଏବଂ ଜ଼ିଲ୍ଲା ପରିଷଦ ସଭାପତି ରାଧେ ଶ୍ୟାମ ବାରିକ ମାନ୍ୟବର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ଙ୍କ ମାନେଶ୍ଵର ବ୍ଲକ ନୂଆ ତିହୁରା ପଞ୍ଚାୟତ ଅନ୍ତର୍ଗତ ମୁରା କଲମୀ ଗ୍ରାମ କୁ ଯାଇ ଅଗ୍ରିମ ଶୁବେଛା ଓ ଶୁଭ କାମନା ଜଣାଇବା ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l  କୋଭିଡ କଟକଣା ଯୋଗୁଁ ଅଗଷ୍ଟ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସ ଦିନ ମାନ୍ୟବର  ସ୍ୱାଧୀନତା ସଂଗ୍ରାମୀ ଙ୍କୁ  ସମ୍ବଲପୁର ଜିଲ୍ଲାପାଳ ଘରକୁ ଯାଇ ସମ୍ମାନିତ କରିବେ।  ଏହି ଅବସରରେ ନୂଆ ତିହୁରା ପଂଚାୟତ ସରପଞ୍ଚ  ବିଦ୍ୟା ଧର ମାଝୀ  ମୁରାରୀ ସାହ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.