କ୍ଵାରେଣ୍ଟାଇନ ସେଣ୍ଟରରେ ମୃତ୍ୟୁ ବରଣ କଲେ ମହିଳା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲିସ୍ଥିତ କ୍ବାରେନ୍ଟାଇନ୍ କେନ୍ଦ୍ରରେ  ଏକ ୭୦ ବର୍ଷ ବୟସ୍କା ମହିଳାଙ୍କ କିଛି ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ଝାରସୁଗୁଡ଼ା ସିଡିଏମଓ ସୂଚନା ଦେଇଛନ୍ତି। 

ସୂଚନା ମୁତାବକ ଗତ ୧୨ ଜୁଲାଇରୁ ନିଜ ୨୮ ଜଣ ପରିବାର ଓ ସଂପର୍କୀୟ ସଭ୍ୟମାନଙ୍କ ସହ କ୍ବାରେନ୍ଟାଇନ୍ କେନ୍ଦ୍ରରେ ରହିଥିଲେ। ଏମାନେ ସମସ୍ତଙ୍କୁ ମହିଳାଙ୍କ ପୁତୁରାଙ୍କଠାରେ କୋରୋନା ପଜିଟିଭ ମିଳିବାରୁ ଉକ୍ତ କେନ୍ଦ୍ରରେ ରଖାଯାଇଥିଲା। ଗତ ରାତ୍ରି ପ୍ରାୟ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ବିଷୟରେ ଜାଣିବାକୁ ବାକି  ରହିଛି।

 

Leave A Reply

Your email address will not be published.