ମ. ରାମପୁର ବନ ବିଭାଗ ଜବତ୍ କଲା ଶାଗୁଆନ କାଠ ପଟା

0

ମ. ରାମପୁର/ଜଗତ ରାମ ସାହୁ: ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମ. ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଳି ଗ୍ରାମ ପଞ୍ଚାୟତସ୍ଥିତ ଦୁଟା ଗ୍ରାମର କୃତିବାସ ସାହୁଙ୍କ ଘରୁ ଶାଗୁଆନ କାଠ ପଟା ଜବତ କଲା ବନ ବିଭାଗ। ସୂଚନା ଅନୁସାରେ କୃତିବାସ ସାହୁ ରାସ୍ତା କଡ଼ରେ ଥିବା  ତାଙ୍କ ଚାଷ ଜମିରେ ଏହି ଶାଗୁଆନ ଗଛ ଲଗେଇଥିଲା ହେଲେ ଏବେ ରାସ୍ତା ଚଉଡ଼ା ହେବାରୁ ତାଙ୍କ ଗଛକୁ ଠିକା ସଂସ୍ଥା ଆଉ ଏସ.ଡି.ଓ ସେହି ଗଛକୁ କାଟି ଦେଇଥିଲେ। ଏଥିରେ ବନ ବିଭାଗର ଅନୁମତି ନଥିବା କହିଛନ୍ତି ସ୍ଥାନୀୟ ଲୋକ । ତା ଛଡା ସେହି ଗଛ ମାଲିକ ମାନଙ୍କୁ କ୍ଷତ୍ତି ପୂରଣ ବାବଦକୁ ଅର୍ଥ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସଂପୃକ୍ତ ଏସଡିଓ  । 

କିନ୍ତୁ ଶ୍ରୀ ସାହୁ କହିବା ମୁତାବକ ତାଙ୍କର କିଛି ଗଛକୁ ଲୋକେ ଚୋରି କରି ନେବା ଫଳରେ ଏବଂ ପ୍ରତିଶ୍ରୁତି ମୁତାବକ ଟଙ୍କା ନ ମିଳିବାରୁ  ସେ ସେହି ଗଛଟିକୁ ଆଣି ତାଙ୍କ ଘରେ ପଟା କାଟି ରଖିଥିଲେ।  ଏ ସମ୍ପର୍କରେ ବନ ବିଭାଗ ଖବର ପାଇ ଶ୍ରୀ ସାହୁଙ୍କ ସମେତ ଅନ୍ୟ ଜଣକ ଘର ମଧ୍ୟ ଚଢ଼ାଉ କରିଥିଲା । କିନ୍ତୁ ଶ୍ରୀ ସାହୁଙ୍କ ପରିବାର ଘରେ ନଥିବା ହେତୁ ବନ ବିଭାଗ ଦୀର୍ଘ ସମୟ ଅପେକ୍ଷା କରି ନିରାଶ ହେବା ପରେ  ମ. ରାମପୁର ତହସିଲଦାର ଓ ପୋଲିସଙ୍କ ସହାୟତାରେ ଓ ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ ଘରର କବାଟ ଖୋଲି କାଠ ପଟା  ଜବତ୍ କରି ନେଇଥିଲେ । ଏଥିରେ ସେହି ଗ୍ରାମର ଅନ୍ୟ କିଛି ଲୋକ ମଧ୍ୟ ସଂପୃକ୍ତ ଗଛର ମୂଲ୍ୟ ନ ପୈଠ ନ କରିବା ପର୍ଯ୍ୟନ୍ତ  ଗାଡ଼ି ଛଡା ଯିବନି କହି  ଗାଡ଼ି ଆଗରେ ଅଡି ବସିଥିଲେ। ଏଣୁ ତହସିଲଦାର ଗଛର ଆକଳନ ମୁତାବକ ଟଙ୍କା ପୈଠ କରି ବାକୁ ଏସ.ଡି.ଓ ଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦବା ପରେ ଗାଡ଼ିଟିକୁ ଛାଡ଼ି ଥିଲେ।

Leave A Reply

Your email address will not be published.