ଗୁଣୁପୁର ପୋୖର ପରିଷଦରେ ଅନିୟମିତତା ଏବଂ ପରିମଳ ଅବ୍ୟବସ୍ଥା ଅଭିଯୋଗ 

0

ବର୍ଷିଲେ ରାୟଗଡ ଜିଲ୍ଲା ବିକାଶ ପରିଷଦ ଉପଖଣ୍ଡ ଆବାହକ 

ଗୁଣୁପୁର( ରାୟଗଡ) –  ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦରେ ଦେଖାଦେଇଥିବା କିଛି ଅନିୟମିତତା କାର୍ଯ୍ୟ କଳାପକୁ ପୋୖର ପରିଷଦ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କ ଦୃଷ୍ଟିକୁ ଆଣି ଏଗୁଡିକର ନିରାକରଣ ନିମନ୍ତେ ଏକ ପ୍ରସ୍ତାବିତ ଦାବୀ ମାଧ୍ୟମରେ  ରାୟଗଡ ଜିଲ୍ଲା ବିକାଶ ପରିଷଦ ତରଫରୁ ଉପଖଣ୍ଡ ଆବାହକ ଶକ୍ତିଦାଶ, ଗୁଣପୁର ବ୍ଲକ ଆବାହକ ଜାମେଶ ଶବର,ଗୁଣପୁର ପୋୖର ପରିଷଦ ଆବାହକ ଅଲୋଲୀୟ ଶବର ଓ ସଭ୍ୟା ଯମୁନା କଣ୍ଡାଗରୀ ଏକ ଲିଖିତ ଦରଖାସ୍ତ ମାଧ୍ୟମରେ ଜଣାକରି ଏହାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଛନ୍ତି।

ଏଥିରେ ପରିଷଦ ମଧ୍ୟରେ ରହିଥିବା ସମସ୍ତ ସ୍ଥାନରୁ ନିୟମିତ ଆବର୍ଜନା ସଫା କରିବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିବା,ସହରରୁ ବାହାରୁଥିବା ଆବର୍ଜନା ଗୁଡିକୁ ଏଣେତେଣେ ନପକାଇ ଡମ୍ପିଙ୍ଗ ୟାଡ଼ ରେ ପକାଇବା, ସହରରେ କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ନିୟମିତ ନାର୍ଦ୍ଦମା ସଫା କରିବା ସହ ଏନେଇ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି କେବେ କେଉଁ ସ୍ଥାନରେ ଏହା କାର୍ଯ୍ୟ କାରୀ ହେବ ଏହାର ଏକ ତାଲିକା ସାର୍ବଜନୀନ ସ୍ଥାନରେ ଟଙ୍ଗାଇବା,ସହରରୁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ  ସ୍ଥାୟୀ ଗାଡି ପର୍କିଙ୍ଗର ବ୍ୟବସ୍ଥା ସହ ବୁଲା ଗାଈ ଗୋରୁ ଙ୍କ ଥାଇଥାନର ବ୍ୟବସ୍ଥା,ସହର କୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ନିମନ୍ତେ ତିଆରି ହେଉଥିବା ପାର୍କ ଏବଂ ଆଇ ଲଭ ଗୁଣପୁର ନିର୍ମାଣ ରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା, ପୌର ପରିଷଦ ର ସୂଚନା ଅଧିକାର ଦାୟିତ୍ୱରେ ଥିବା ଅଧିକାରୀ ଭ୍ରମାତ୍ମକ ସୂଚନା ଦେଉଥିବା ଏବଂ ଆବେଦନକାରୀ ଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗକୁ ଏଡ଼ାଇବା ନିମନ୍ତେ ଏହି ସ୍ଥାନରେ ଏକ ଦକ୍ଷ କର୍ମୀଙ୍କୁ ନିଯୁକ୍ତି ଦେବା, ପୋୖର ପରିଷଦ ଅଧୀନରେ କେତେକ କର୍ମଚାରୀ ଦୀର୍ଘଦିନ ହେଲା ରହି କାର୍ଯ୍ୟ କରୁଥିବା ହେତୁ ପୌର ପରିଷଦରେ ଦେଖା ଦେଉଥିବା ଅନିୟମିତ କାର୍ଯ୍ୟକୁ ଏଡ଼ାଇବା ନିମନ୍ତେ ସେମାନଙ୍କୁ ଏଠାରୁ ବଦଳି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଭଳି ପ୍ରସ୍ତାବିତ ଦାବୀ ସମୂହ ରହିଛି । ଏଗୁଡ଼ିକୁ କାର୍ଯ୍ୟକାରୀ କରାନଗଲେ ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜଣା କରିଛନ୍ତି । ସନ୍ଧ୍ୟାରେ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆଯୋଜନ କରି ଗୁଣପୁର ପୌର ପରିଷଦରେ ଦେଖାଦେଇଥିବା ଅନିୟମିତତା ବିରୋଧରେ ବିକାଶ ପରିଷଦର ଉପଖଣ୍ଡ ଆବାହକ ଶ୍ରୀ ଶକ୍ତି ଦାଶ ଗୁରୁତର ଅଭିଯୋଗ ଆଣିଥିଲେ |

Leave A Reply

Your email address will not be published.