“ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ପରଲୋକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା “ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ପରଲୋକ ହୋଇଯାଇଛି। ସେ ଭୂବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ଦିନ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ବିୟୋଗରେ ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ମହିଳା ସଂଗଠନର ସମ୍ପାଦିକା ଓ ଅନ୍ୟାନ୍ୟ ସଭ୍ୟାମାନଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

ସେ ଜଣେ ଏକାଧାରରେ ମେଳାପି ଓ  ମିଷ୍ଠାଭାଷୀ ଓ ଦକ୍ଷ ଲେଖିକା ଥିଲେ। ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଦାୟିତ୍ୱ ନେଇ ମହିଳା ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ କରି  ଆସିଛନ୍ତି। ପ୍ରତ୍ୟେକ ସଭା ସମିତିରେ ତାଙ୍କର ଉପସ୍ଥିତର  ଗୁରୁତ୍ୱତା ରହିଛି। ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଜ୍ୟୋଷ୍ଠକନ୍ୟା ଥିଲେ।

ତାଙ୍କ ମୃତ୍ୟୁରେ ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ମୀନା କୁମାରୀ ଟହଲ , ଉପ ସଭାନେତ୍ରୀ ଅନିତା ମିଶ୍ର , ତନୁଜା ଶତପଥି , ମଞ୍ଜୁଳା ଚୌଧୁରୀ , ସୁଜାତା ପାଢୀ , ସଂଗଠନର ଉପଦେଷ୍ଟା ଆଶାଲତା ପାଣିଗ୍ରାହୀ , ପ୍ରଫୁଲ କୁମାରୀ ବେବର୍ତ୍ତା , ଭାଗ୍ୟଲକ୍ଷ୍ମୀ ନାୟକ , ସୁନୀତା ବେହେରା , ରାଜେଶ୍ୱରୀ ପଣ୍ଡା , ସୁଷମା ସାହୁ , ସ୍ୱର୍ଣ୍ଣପ୍ରଭା ପାଠୀ , ମିନା କୁମାରୀ ଖଡଗରାୟ , ସତ୍ୟବତୀ ପାଢ଼ୀ , ସ୍ୱପ୍ନାରାଣୀ ପାତ୍ର , ବିଜୟଲକ୍ଷ୍ମୀ ପଣ୍ଡା , ଲକ୍ଷ୍ମୀ ସାହୁ , କେ. ରେଣୁକା , ସସ୍ମିତା ପାଢ଼ୀ , ଦିବ୍ୟଶ୍ରୀ ସାହୁ , ସୁକାନ୍ତି ଦେବିଶ୍ରୀ , ସୁଚିତ୍ରା ଅଧିକାରୀ , ମାନସୀ ପଣ୍ଡା , କୁନି ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ  କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.